ବାଲି ଚୋରା ଚାଲାଣ କରୁଥିବା ବେଳେ ପୋଲିଶ ଦ୍ବାରା ବାଲି ବୋଝେଇ ଟ୍ରାକ୍ଟର ଜବତ : ସୁନ୍ଦରଗଡ

ସୁନ୍ଦରଗଡ କଲେଜ ପାଇପାଶ ଇବ ନଦୀରୁ ଚୋରାରେ ବାଲି ଚାଲାଣ କରୁଥିବା ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଓ.ଆର୍.୧୬ ବି ୨୧୦୨କୁ ଟାଉନ ପୋଲିଶ ଜବତ କରିବା ସହ ଟ୍ରାକ୍ଟର ଚାଳକକୁ ଗିରଫ କରିଛି । ଗିରଫ ଚାଳକ ହେଲେ କାହ୍ନୁ ଦଣ୍ଡସେନା । କାହ୍ନୁ ତାର ମାଲିକଙ୍କ ନିର୍ଦ୍ଦେଶରେ ଏହି ବାଲି ଚାଲାଣ କରୁଥିଲା ବୋଲି ଟାଉନ ପୋଲିଶକୁ କହିଛି । ଟାଉନ ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ବାଲି ବୋଝେଇ ଟ୍ରାକ୍ଟର ସହ ଚାଳକଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି । ତେବେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିଶ ଏହି ଚଢାଉ କରିଥିଲା ବୋଲି କହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ‌।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here