ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘୋର ଅବ୍ୟବସ୍ଥା ଘେରରେ

ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ସରକାରୀ ପାଣ୍ଠିରୁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ୟା ଦୂର ହୋଇପାରୁନି । ଚିକାତ୍ସାଳୟ ପରିସରର ପ୍ରାୟ ସବୁନାଳକୁ ସ୍ଲାବ ପକାଇ ଢାଙ୍କି ଦିଆଯାଇଛି ମାତ୍ର ନାଳ ଗୁଡିକ ନିୟମିତ ସଫା ହେଉ ନାହିଁ ବୋଲି ଭିଯୋଗ ହେଉଛି । ଗତ ମାସେରୁ ଉର୍ଦ୍ଧ ସମୟ ହେବ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ସମ୍ମୁଖରେ ପାନୀୟ ଜଳ ପାଇଁ ଉଦ୍ଧିଷ୍ଟ ପାଇପ ଦୁଇଟି ଫାଟିଯାଇ ଅନବରତ ପାଣି ନଷ୍ଟ ହୋଇ ନାଳରେ ବୋହିଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା କୌଣସି ଅଧିକାରୀବା କର୍ମଚାରୀଙ୍କ ଦୃଷ୍ଟିଗୋଚର ହୋଇନି । ସେହିପରି ଜିଲ୍ଲା ଯକ୍ଷ୍ମା କେନ୍ଦ୍ରର ବେସିନର ପାଇପ ଫାଟି ଯାଇଥିବାରୁ ଯକ୍ଷ୍ମା ରୋଗିଙ୍କ କଫ ପରିକ୍ଷା ପରେ ନିସ୍ଖାସିତ ହୋଉଥିବା ସଂକ୍ରମିତ ପାଣି କୌଣସି ନାଳରେ ନପଡି ଚକ୍ଷୁ ବିଭାଗ ସମ୍ମୁଖରେ ଲୋକଙ୍କ ଚଲାବାଟରେ ବୋହିଯାଉଛି । ଏହି ବିସୟରେ କର୍ମଚାରୀ ମାନେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଲେ ବି ତାର କୌଣସି ସୁଫଳ ମିଳିପାରୁନି । ସେହିପରି କିଛିଦିନ ତଳେ ସ୍ଥାନୀୟ ଏମ୍.ସି.ଏଚ୍. ପରିସରରୁ ଗୋଟିଏ ଏଲ୍.ସି.ଡି. ଟିଭି ଚୋରି ହୋଇଯାଥିଲା ଏହି ବିଷୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜାଣିଲା ପରେ ପୋଲିଶକୁ ଏଫ୍.ଆଇ.ଆର୍. ଦେବାକୁ କଷ୍ଟୋଡିଏନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କଷ୍ଟୋଡିଏନ ମହାସୟ ଏହାର ଅବଜ୍ଞାକରି ଚୋରକୁ କୌଣସି କାରଣବସତ ଅନୁକମ୍ପା ଦେଖାଇ ମାମଲାକୁ ରଫାଦଫା କରିଦେଇଥିଲେ । ଏହିସବୁ ବିଷୟ ରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପୁର୍ଣଚନ୍ଦ୍ର ସାହୁ ଙ୍କୁ ପଚାରିବାରୁ ଯଥା ସିଘ୍ର ସମସ୍ତ ମରାମତି କାମ କରାଯିବା ବୋଲି ଆଶ୍ବସନା ଦେଇଥିଲେ । ଚୋରିର ଏଫ୍.ଆଇ.ଆର୍. କାହିଁକି କରାଗଲା ନି ତାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here