ପଟ୍ଟାମୁଣ୍ଡାଇ ଅଢାଯୋଡି ବଧୂ ହତ୍ୟା ଅଭିଯୋଗ , ସ୍ଵାମୀ ଅଟକ : କେନ୍ଦ୍ରାପଡା

କେନ୍ଦ୍ରାପଡା[ପ୍ରିୟବ୍ରତ ଓଝ] : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଢାଯୋଡି ଗ୍ରାମରେ ସୋମବାର ଜନୈକା ବଧୂଙ୍କୁ କିରୋସିନ ଢାଳି ପୋଡି ମାରି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ଦରପୋଡା ଶବ ଜବତ କରିଛି । ପାରିବାରିକ କଳହକୁ କେନ୍ଦ୍ରକରି ବଧୁ ସୁଜାତା ସେଠୀ (୩୬)ଙ୍କୁ ନିଆଁରେ ପୋଡି ଶାଶୁ ଘର ଲୋକେ ହତ୍ୟା କରିଥିବା ଭାଇ ପ୍ରସନ୍ନ ସେଠୀ ସୋମବାର ରାତିରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ସୁଜାତାଙ୍କ ସ୍ଵାମୀ ରଞ୍ଜନ ସେଠିଙ୍କୁ ପୋଲିସ ଥାନାରେ ଅଟକ ରାଖି ପଚରାଉଚରା କରୁଛି। ମଙ୍ଗଳବାର ୧୦ଟା ବେଳେ ଶବ ବେବଚ୍ଛେଦ ନିମନ୍ତେ ସୁଜାତାଙ୍କ ମୃତ ଦେହ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ଏଥିନେଇ ପୋଲିସ ଥାନା କେସ ନଂ -୨୧/୨୦୨୧ ଓ ଦଫା ୪୯୮(ଏ )୩୦୨,୩୦୪ଓ ୩୪ ଦଫାରେ ଏକା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ମହାକାଳ ଥାନା ଅନ୍ତର୍ଗତ ରାମନଗର ବରଜବାହାକୁଡ ଗ୍ରାମର କୃତ୍ତିବାସ ସେଠୀଙ୍କ ଝିଅ ସୁଜାତା ସେଠୀ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଢାଯୋଡି ଗ୍ରାମର ବେଣୁଧର ସେଠୀଙ୍କ ପୁତ୍ର ରଞ୍ଜନ ସେଠୀଙ୍କୁ ଗତ ୬ବର୍ଷ ତଳେ ବୈଦିକ ରିତିରେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ତେବେ ସୋମବାର ଦିନ ଅଢେଇଟା ବେଳେ ସୁଜାତାକୁ ମଡମାରି ସ୍ବାମୀ ରଞ୍ଜନ ସେଠୀ, ତାଙ୍କଦାଦା ଚକ୍ରଧର ସେଠୀ,ଅନ୍ୟ ଜଣେ ଦାଦା ପ୍ରଭାକର ସେଠୀଙ୍କ ସହିତ ଶାଶୁଘର ଲୋକେ ମୋ ଭଉଣୀକୁ ପୋଡି ମାରି ଦେଇଥିବା ନେଇ ଭାଇ ପ୍ରସନ୍ନ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here