କୋଭିଡ କଟକଣା ଯୋଗୁ ବିଧି ଅନୁସାରେ ଚନ୍ଦ୍ରମୌଳିଙ୍କ ମକର ବେଢା ପରିକ୍ରମା : କେନ୍ଦ୍ରାପଡା

କେନ୍ଦ୍ରାପଡା[ପ୍ରିୟବ୍ରତ ଓଝା]: ସମଗ୍ର ବିଶ୍ବରେ ମହାମାରୀ କାରୋନା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଗୁରୁବାର ମକର ସଂଙ୍କ୍ରାନ୍ତି ପାଳନ ପାଇଁ ଉତିକନ ଚନ୍ଦ୍ରମୌଳି ପୀଠକୁ ପ୍ରଶାସନ ସିଲ କରିଦେଇଛି । ମକର ବେଢା ପରିକ୍ରମା ପୂର୍ବରୁ ପଟ୍ଟାମୁଣ୍ଡାଇ ତହସିଲ ଦାର ଶରତ କୁମାର ଗିରି ,ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଓ ଅନ୍ୟ ପୋଲିସ ମାନେ ସକଳ ୮ଟାରେ ମନ୍ଦିର ବେଢାକୁ ସିଲ କରିଦେଇଥିଲେ । ତେବେ ବିଧି ଅନୁସାରେ ସର୍ବ ପୁରାତନ ଚନ୍ଦ୍ରମୌଳି ପୀଠରେ ପ୍ରବିତ୍ର ମକର ସଂଙ୍କ୍ରାନ୍ତି ପାଳିତ ହୋଇଥିଲା ।
ଅପରାହ୍ନ ୩ଟା ପରିବର୍ତ୍ତେ ପୂର୍ବାହ୍ନ ୧୧ ଟାରେ ଶ୍ରୀ ଶ୍ରୀ ଚନ୍ଦ୍ରମୌଳିଙ୍କ ମକର ବେଢା ପରିକ୍ରମା ହୋଇଥିଲା । କଡା ପୋଲିସ ପହରା ମଧ୍ୟରେ ବେଢା ଭିତରକୁ କୌଣସି ଭକ୍ତଙ୍କୁ ଛଡ଼ାଯାଇନଥିଲା । ପ୍ରତ୍ୟୁଶରୁ ମହାଦେବଙ୍କ ସମସ୍ତ ନୀତିକ।ନ୍ତି ଶେଷ ହେବ। ପରେ ସକ।ଳ ଧୂପ ମକର ଚାଉଳ ଲାଗି ,ଅବକାଶ ନୀତି ପରେ ବଡ ପଣ୍ଡା କୁଳମଣି ପଣ୍ଡା ,ପ୍ରଦୀପ ପଣ୍ଡା ,ନିତ୍ୟନନ୍ଦ ପଣ୍ଡାଙ୍କ ସମେତ ଅନ୍ୟ ପୂଜକ ଓ ସେବାୟତ ମାନେ ଏକ ସୁସଜ୍ଜିତ ବିମାନରେ ଶ୍ରୀଶ୍ରୀ ଚନ୍ଦ୍ରମୌଳି ଓ ପାର୍ବତୀ ବିଗ୍ରହ ସ୍ଥାପନ କରି ୭ ଥର ବେଢା ପରିକ୍ରମା କରାଇଥିଲେ । ମନ୍ଦିର ଟ୍ରଷ୍ଟି ପୂର୍ଣ୍ଣଚନ୍ଦ୍ର ସିଂହ,ତହସିଲଦାର ଗିରି, ଥାନା ଆଇଆଇସି ତ୍ରିପାଠୀଙ୍କ ସମେତ ଅନ୍ୟ ପୋଲିସ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here