୮୫ ଟଙ୍କା ପାର୍‌ ପେଟ୍ରୋଲ ଦର , ରେକର୍ଡ ସ୍ତରରେ ବଢ଼ିଲା

ରେକର୍ଡ ଛୁଇଁଲା ପେଟ୍ରୋଲ ଦର। ଆଜି ପେଟ୍ରୋଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୨୭ ପଇସା ବଢ଼ିଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ପାର୍‌ ହୋଇଛି । ସେହିପରି ଡିଜେଲ ଦର ଲିଟର ପିଛା ୨୭ ପଇସା ବଢ଼ି ୮୧ ଟଙ୍କା ୨୯ ପଇସା ହୋଇଛି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ଏହି ସୂଚନା ଦେଇଛନ୍ତି। ଏହି ୨ ଦିନରେ ପେଟ୍ରୋଲ ଲିଟର ପିଛା ୪୯ ପଇସା ବଢ଼ି ଥିବାବେଳେ ଡିଜେଲ ଲିଟର ପିଛା ୫୧ ପଇସା ବୃଦ୍ଧି ପାଇଥିଲା। ତେବେ ଡିସେମ୍ବର ୬ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ଥିଲା। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଆଜି ୮୪ ଟଙ୍କା ୪୫ ପଇସା ଥିବାବେଳେ ମୁମ୍ବାଇରେ ୯୧ ଟଙ୍କା ୭ ପଇସା। ସେହିପରି, ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୭୪ ଟଙ୍କା ୬୩ ପଇସା ଥିବାବେଳେ ମୁମ୍ବାଇରେ ୮୧ ଟଙ୍କା ୩୪ ପଇସା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here