ରେଳ ଧାରଣାରେ କଟି ଜଣେ ମୃତ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ତେଲି ପୋଷ ଗ୍ରାମ ସଂଲଗ୍ନ ରେଳ ଲାଇନ୍ କଡରେ ରୋଲାଟୋଲା ବସ୍ତିର ଜନୈକ ବାସିନ୍ଦା ଇଲିଆଝର ବାର୍ଲା ( ୪୮ ) ରେଳରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥାରେ ରେଳ ଲାଇନ୍ କଡରେ ପଡ଼ିଥିବାର ଦେଖି ଗ୍ରାମ ବାସୀ ସ୍ଥାନୀୟ ଅଞ୍ଚଳର ସରପଞ୍ଚଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଦେଖି ପୋଲିଶ ଓ ରେଳବାଇ ବିଭାଗକୁ ଅବଗତ କରାଇଥିଲେ l ବୀରମିତ୍ରପୁରରୁ ରାଉରକେଲା ଅଭିମୁଖେ ଯାଉଥିବା ରେଳ ଇଞ୍ଜିନରେ କଟି ଥିବା ନେଇ ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି l

ତେବେ ଉକ୍ତ ମୃତ ବ୍ୟକ୍ତି ଶୈ।ଚ ପାଇଁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ସ୍ଥାନୀୟ ବାସିନ୍ଦାଙ୍କର ମତ l ତେବେ ଘଟଣା ସ୍ଥଳରେ ସ୍ତାନୀୟ ପୋଲିଶ ଓ ରେଳ ବାଇ ପୋଲିଶ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବକୁ ଜବତ କରିଛନ୍ତି l ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ରେଳ ବାଇ ପୋଲିଶ ସୂତ୍ରରୁ ଜଣାପଡିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here