ସରକାରୀ ଧାନମଣ୍ଡି ରେ ଧାନ କିଣା ହେଉନଥିବା ଚାଷୀ ଙ୍କ ଅଭିଯୋଗ :ସୁନ୍ଦରଗଡ଼

ଧାନ ମଣ୍ଡି ସମସ୍ୟା ସୁନ୍ଦରଗଡ ଜିଲ୍ଲାପାଳଙ୍କ ପିଛା ଛାଡୁନି । ଧାନ କିଣାବିକାକୁ ସରଳୀ କରଣ କରିବା ନେଇ କେଉଁ ମଣ୍ଡିରେ ଜିଲ୍ଲାପାଳ ସିଧା ସଳଖ ପହଞ୍ଚି ଯାଉଛନ୍ତି ତ ପୁଣି କେଉଁ ମଣ୍ଡିର ସମସ୍ୟାର ସମାଧାନ ନେଇ ଚାଷୀ ମାନେ ଜିଲ୍ଲାପାଳଙ୍କ ଦପ୍ତରକୁ ପହଞ୍ଚୁଛନ୍ତି । ତସଲାଡିହି ଧାନ ମଣ୍ଡି , ମହୁଲପାଲି ଧାନ ମଣ୍ଡି ପରେ ଏବେ ବାଲିଶଙ୍କରା ଧାନ ମଣ୍ଡିରେ ସମସ୍ୟା ଦେଖାଦେଇଛି । ବାଲିଶଙ୍କରାର କେତେକ ଚାଷୀ ଏ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟାର ସମାଧାନ ନେଇ ନିବେଦନ କରିଛନ୍ତି । ଜିଲ୍ଲାପାଳ ଯଦି ସେମାନଙ୍କର ସମସ୍ୟାର ସାମାଧାନ ତୁରନ୍ତ ନ କରନ୍ତି ତେବେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହ ବାଲିଶଙ୍କରା – ଛତିଶଗଡ ରାଜ୍ୟ ରାଜପଥକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ସେମାନେ ଗତ ୪ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତିର କୌଣସି ସୁଫଳ ତାଙ୍କୁ ନ ମିଳିବାରୁ ସେମାନେ ପୁଣି ଥରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବାଲିଶଙ୍କରା ଲ୍ୟାମ୍ଫସ୍ ର ୧୭୦ ଜଣ ଚିହ୍ନଟ ଚାଷୀଙ୍କର ଆଜି ଯାଏଁ ଟୋକନ ଜେନେରେଟ ହୋଇନାହିଁ । ମାତ୍ର ଏହି ଚାଷୀ ମାନଙ୍କୁ ଗତ ଅଗଷ୍ଟ ମାସରୁ ଚିହ୍ନଟ କରାଯାଇଛି । କେବଳ ସରକାରୀ ଭେରିଫିକେଶନରେ ଏମାନଙ୍କ ଭାଗ୍ୟ ଝୁଲିଛି ବୋଲି ଏମାନେ ଅଭିଯୋଗ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here