କୋଭିଡ ଟିକାକରଣ ନିମନ୍ତେ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ : ପୁରୀ

ପୁରୀ– କୋଭିଡ-୧୯ ଟିକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ୧୦ ହଜାର ୮୦୬ ଜଣ କରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯାୟ ଟୀକା ଦିଆଯିବ । ଏଥିରେ ଡାକ୍ତର, ଫାର୍ମାସିଷ୍ଟ, ପାରାମେଡିକ୍ସ, ଆଶା,ଅଙ୍ଗନୱାଡି ଓ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପ୍ରମୁଖ ସାମିଲ ହେବେ । ଏହି ଟୀକାକରଣ ସପ୍ତାହ ଧରି ଜାରି ରହିବ । ଆସନ୍ତା ୧୬ ତାରିଖରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ, ଦୋଳବେଦି କୋଣ ସହରାଞ୍ଚାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ମଙ୍ଗଳପୁର, ସତ୍ୟବାଦୀ, ଚନ୍ଦନପୁର, ଗୋପ, ଡେଲାଙ୍ଗ, କଣାସ ଆଦି ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଟୀକାକରଣ କରାଯିବ । ଏହା ପରଦିନ ଠାରୁ ଉକ୍ତ ୮ଟି ସ୍ଥାନ ସହ ଜିଲ୍ଲାର ଅନ୍ୟ ୬୨ଟି ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ପ୍ରଦାନ କରାଯିବ । ସକାଳ ୯ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏହି ଟିକାକରଣ ଚାଲିବ । ଟିକା ଦେବା ନିମନ୍ତେ ୨୯୭ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ଟୀକାକରଣ ବେଳେ ଆବଶ୍ୟକ କର୍ମଚାରୀ ଓ ଆମ୍ବୁଲାନ୍ସ ମୁତୟନ କରାଯିବ । ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ମୁତୟନ ରହିବେ । ଏହି ଅଭିଯାନ ବେଳେ ବ୍ଲକ ସ୍ତରରେ ବିଡିଓ ମାନେ ତଦାରଖ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଟିକା ନେବାପରେ ପ୍ରତ୍ୟେକଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ । ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୂର୍ବାଭାସ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତିର ଯାଞ୍ଚ କରିବା ସହ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି । ଟୀକାକରଣ ନିମନ୍ତେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ, ଦୋଳବେଦି କୋଣ ସହରାଞ୍ଚାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ କରାଯାଇଥିଲା । ଟୀକା ପ୍ରଦାନର ୨୮ ଦିନ ପରେ ଦ୍ବିତୀୟ ଟୀକା ଦିଆଯିବ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାସ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତି ରଞ୍ଜନ ସେନ, ଡିପିସି ଶ୍ରୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here