ଅବକାରୀ ବିଭାଗ ଦ୍ବାରା ମଦ ଜବତ : ସୁନ୍ଦରଗଡ଼

ସୁନ୍ଦରଗଡ ଅବକାରୀ ପୋଲିସ ଜଣେ ଚୋରା ମଦ ବେପାରୀକୁ ଗିରଫ କରିବାସହ ତା’ ନିକଟରୁ ଗୋଟିଏ ମୋଟର ସାଇକେଲ ଓ ୨୦ ଲିଟର ଦେଶୀ ମଦ ଜବତ କରିଛି । ମନୋଜ ଭୈଷାଲ ନାମକ ଏହି ମଦ ବେପାରୀ ଏକ ଟାୟାର ବ୍ୟାଗରେ ଦେଶୀ ମଦ ନେଇ କରମଡିହିକୁ ଆସୁଥିବା ବେଳେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଅବକାରୀ ଥାନା ପୋଲିଶ ଖବର ପାଇ କରମଡିହି- ସବଡେଗା ରାସ୍ତାରୁ ସଂପୃକ୍ତ ମଦ ବେପାରୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଚୋରା ମଦ ବେପାରୀର ଘର ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ବୋଲି ଅବକାରୀ ବିଭାଗ କହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here