ବନ୍ଧୁକ ମୁନରେ ଲୁଟିନେଲ ୬ ଲକ୍ଷ୍ ଟଙ୍କା : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ପରିସର ଭିତରେ ଥିବା ଏସବିଆଇ ଶାଖାରେ ହୋଇଛି ସଶସ୍ତ୍ର ଡକାୟତି I ଅପରାହ୍ଣ ୩ ଘଟିକା ସମୟରେ ପାଞ୍ଚ ଜଣ ଦୁର୍ବୃର୍ତ୍ତ ଏକ ନଂ ବିହୀନ ଗାଡିରେ ଆସି ବ୍ଯାଙ୍କ ଭିତରକୁ ପଶିଥିଲେ ଲୁଟ୍ ପାଇଁ । ବ୍ୟାଙ୍କ୍ ଭିତରକୁ ଗଲା ବେଳେ ତାଙ୍କ ହାତରେ ଦୁଇଟି ଦେଶୀ ପିସ୍ତଲ, ଦେଶୀ ଦାଉଲି, ଲୁହା ଛଡ ଓ ହକି ବାଡ଼ି ଥିଲା l ପ୍ରଥମେ ସିସି ଟିଭି ଓ କମ୍ପ୍ୟୁଟର ଗୁଡିକୁ ଭାଙ୍ଗି ଦେଇଥିଲେ ।ତାପରେ ସେମାନେ ଏହି ଅସ୍ତ୍ର ଶସ୍ତ୍ର ସାହାଯ୍ୟରେ ଶାଖା ପରିଚାଳକ ଓ ଜଣେ ଅସ୍ଥାୟୀ ସହକର୍ମୀଙ୍କୁ ମାଡ ମାରି କାନରେ ବନ୍ଧୁକ ସଟାଇ ପାଖାପାଖି ୬ ଲକ୍ଷ ଟଙ୍କା ନେଇ ଫେରାର୍ ହୋଇ ଯାଇଥିଲେ l

ପରେ ପଞ୍ଚାୟତ ଓ ବ୍ୟାକ୍ ତରଫରୁ ମୁଖ୍ୟ କାର୍ୟାଳୟ ଓ ବୀରମିତ୍ରପୁର ଥାନାକୁ ଲୁଟ୍ ବାବଦରେ ଜଣାଇଥିଲେ l ଘଟଣାସ୍ଥଳରେ ପୋଲିଶ ପହଞ୍ଚି ତନାଘନା ତଦନ୍ତ ଚଳାଇଛି I ଉକ୍ତ ଅଜଣା ଦୁର୍ବୃତ୍ତ ମାନଙ୍କ କୌଣସି ପତ୍ତା ମିଳିପାରି ନାହିଁ l ଖବର ପାଇବାପରେ ପୋଲିଶ ପ୍ରଶାସନ ତରଫରୁ ବିଭିନ୍ନ ଅଞ୍ଚଳ ସିଲ୍ କରାଯାଇଛି ଏବଂ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପୂର୍ଣ୍ଣ ଚେଷ୍ଟା ଜାରି ରହିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here