ସଂନ୍ଦେହ ଘେରରେ ବୁଲା ସେଠୀଙ୍କ ମୃର୍ତ୍ୟୁ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ସକାଳୁ ସକାଳୁ ଏକ ଅଭାବନୀୟ ପରିସ୍ଥିତି ସହିତ କୋକାକୂଳ ଏବଂ କାନ୍ଦବୋବାଳିରେ ହସପିଟାଲ୍ ବାରଣ୍ଡା ଫାଟି ପଡୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡିଛି ଯେ-ସଦର ଥାନା ଅନ୍ତର୍ଗତ ଗଂଗାରାମପୁର ଗ୍ରାମ ପଞ୍ଚାୟତର ମୂଦୀରଥ ସେଠୀଙ୍କ ୩୦ ବର୍ଷିଆ ଜୱାନ ପୁଅ ବୁଲୁ ସେଠୀଙ୍କର ମୃର୍ତ୍ୟୁ ହୋଇଯାଇଛି । କେମିତି ମଲେ ବୁଲୁ । ତାଙ୍କ ମୃର୍ତ୍ୟୁକୁ ନେଇ ସଂନ୍ଦେହ ଘରରେ ଡାକ୍ତର ଓ ପରିବାର ଲୋକଙ୍କ ସମେତ ଗ୍ରାମବାସୀ । ବୁଲୁ କୁଆଡେ ଦୀର୍ଘଦିନ ହେବ ଗୁଜୁରାଟରେ ରହି ସୂତାମିଲରେ କାମ କରି ଆସୁଥିଲେ । ସେଠାରେ ତାଙ୍କୁ ଥଣ୍ଡା ଜ୍ୱର, କାଶ ଲାଗି ରହିବାରୁ ଏବଂ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡିବାରୁ ଗତ ୪ଦିନ ତଳେ ସେ କରୋନା ମହାମାରୀ ପ୍ରକୋପ ଭୟରେ ନିଜ ଗାଁକୁ ଚାଲି ଆସିଥିଲେ । ଗାଁରେ ରହି ମଧ୍ୟ ଚିକିତ୍ସତ ହେଉଥିଲେ । ବୁଲୁଙ୍କର ସଂମ୍ପର୍କିୟଙ୍କ କହିବା ମୁତାବକ ତାଙ୍କ ଦେହ ଦିନକୁ ଦିନ ଅଧିକ ଖରାପ୍ ହୋଇ ପଡିବାରୁ ଗତକାଲି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ସକାଳୁ ସକାଳୁ ମେଡିକାଲରେ ତାଙ୍କର ମୃର୍ତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିବା ପରେ । ମେଡିକାଲକୁ ସାଂଗରେ ଆସିଥିବା ସଂମ୍ପର୍କିୟ ଘରକୁ ନେଇ ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସଦର ପୋଲିସ୍ ଘଟ୍ଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ବୁଲୁର ମୃର୍ତ୍ୟୁର କାରଣକୁ ନେଇ ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଘର ଲୋକଙ୍କୁ ତାଙ୍କ ଡେଡବଡିକୁ ହସ୍ତାନ୍ତର କରାଯିବ ବୋଲି ସଦର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here