ଏସୟୁଜେ ନବରଙ୍ଗପୁର ଶାଖା ପକ୍ଷରୁ ବୈଠକ, ନୂତନ ସଭ୍ୟଙ୍କ ଯୋଗଦାନ, କଲମ ମାଧ୍ୟମରେ ସତ୍ୟକୁ ଉପସ୍ଥାପନ କରିବା

ଡାବୁଗାଁ, ୧୩/୧ :ରାଜ୍ୟ ସାମ୍ବାଦିକ ସଂଘ (ଓଡିଶା) ଏସୟୁଜେ ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ପାପଡାହାଣ୍ଡି ସ୍ଥିତ ଡାକ ବଙ୍ଗଳା ଠାରେ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଜିଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଅଜୟ କୁମାର ସାହୁ, ସାଧାରଣ ସମ୍ପାଦକ କୈଳାସ ନାୟକ, ଉପସଭାପତି କିର୍ତ୍ତୀ ସାହୁ, ବସୁଦେବ ତ୍ରିପାଠୀ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ଏନୟୁଜେ ସଭ୍ୟ ଚିନ୍ତାମଣି ପାଢୀ, ନିକୁଞ୍ଜ ପଟ୍ଟନାୟକ ଓ ଧୀରେନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ | ଜିଲା ସାଧାରଣ ସମ୍ପାଦକ ସଦାଶିବ ପ୍ରହରାଜ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାହୁ ସାମ୍ବାଦିକ ମନ ଏନିଜ ନିଜର କର୍ତ୍ତବ୍ୟ କରିବା ସହ କାହାକୁ ଭୟ ଦେଖାଇବା ନାହିଁ ଓ ଭିୟାଭୀତ ହେବ ନାହିଁ | ଆମେ ଆମ କାଲାମ ମାଧ୍ୟମରେ ଯାହା ସତ୍ୟ ତାହାକୁ ଉପସ୍ଥାପନ କରିବା ବୋଲି କହିଥିଲେ | ସାଧାରଣ ସମ୍ପାଦକ ନାୟକ କହିଥିଲେ ଯେ ସଂଗଠନ ଦୃଢୀଭୂତ ହେବ | ଅନ୍ୟ କାହାର ଚର୍ଚ୍ଚା ନକରି ନିଜ ସଙ୍ଘିୟ ବ୍ୟବସ୍ଥା ଭିତରେ ରହି କମ କରିବା | ଏସୟୁଯେ ସାମ୍ବାଦିକ ମାନଙ୍କ ସୁରକ୍ଷା ସହ ସେମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆସିଛି | ସାମ୍ବାଦିକ ଙ୍କ ସୁରକ୍ଷା ଓ ସରକାରୀ ସହାୟତା ପାଇଁ ସରକାର ଙ୍କ ନିକଟରେ ଦାବି ରଖି ଆସିଛି | ସଂଗଠନ ରେ ଯିଏ ଆସିଛି ସେମାନେ ସମସ୍ତ ନିୟମକୁ ପାଳନ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ | ଶୃଙ୍ଖଳାରେ ରହିବା ସଂଗଠନ ସୁଦୃଢ କରି ସାମ୍ବାଦିକ ମାନଙ୍କ ହକ ପାଇଁ ଦାବି କରିବା ବୋଲି କହିଥିଲେ | ଅହି ଅବସରରେ ନବରଙ୍ଗପୁର ଜିଲା ବିଭିନ୍ନ ବ୍ଲକ ରୁ ଆସିଥିବା ୧୨ ଜଣ ନୂତନ ସଭ୍ୟ ସଂଘରେ ଯୋଗ ଦେଇଥିଲେ | ସଭାପତି ଶ୍ରୀ ପଣ୍ଡା ଓ ସମ୍ପାଦକ ଶ୍ରୀ ପ୍ରହରାଜ ଙ୍କ ସମେତ ସଂଘର ସମସ୍ତେ ନୂତନ ସଭ୍ୟ ଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଉପସଭାପତି ବର୍ତ୍ତୀ ହରିଜନ, ସହସଂପାଦକ ଆଦିତ୍ୟ କୁମାର ସାହୁ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ସୁଶାନ୍ତ ଗୌଡ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here