ଲୋପ ପାଇବାକୁ ବସିଲାଣି କମାର ମାନଙ୍କ କୌଳିକ ବୃତ୍ତି ଜୀବନ ଜୀବିକା କୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ : ନବରଙ୍ଗପୁର

ଡାବୁଗାଁ, : ଯୁଗର ପରିବର୍ତ୍ତନ ସହ ପରିବର୍ତ୍ତନ ହେବାରେ ଲାଗିଛି କିଛି ପାରମ୍ପରିକ ଜୀବିକା ଯାହା ଫଳରେ ଆଜି ଅନେକ କୌଳିକ ବୃତ୍ତି ହଜିଯିବାକୁ ବସିଲାଣି ଅନ୍ୟସବୁ କୌଳିକ ବୃତ୍ତି ପରି ଚାଷୀମାନଙ୍କ ହାତ ବାରିଶି ସାଜୁଥିବା କମାର ଶାଳ ବି ଏବେ ହଜିବାକୁ ବସିଲାଣି ଗୋଟିଏ ପଟେ ଆଧୁନିକ ଯନ୍ତ୍ରପାତି ଆଉ ଅନ୍ୟ ପଟେ କରୋନାର ମାଡରେ ଭାଙ୍ଗି ଯାଇଛି ଏମାନଙ୍କ ମେରୁଦଣ୍ଡ ଲୁହାରେ ନିଜର ଲହୁ ଢ଼ାଳୁ ଥିବା । କମାର ପରିବାର ଏବେ ଚିନ୍ତାରେ ତେଣୁ ଜୀବନ ଜୀବିକାକୁ ନେଇ ସୃଷ୍ଟି ହେଇଛି ପ୍ରଶ୍ନବାଚୀ ? ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ପରିବାର ନିର୍ଭର କରନ୍ତି କମାର ଶାଳ ଉପରେ କରୋନା ପାଇଁ ଏବେ ସେମାନଙ୍କ ସ୍ଥିତି ଜଟିଳ ଦିନ ଥିଲା ଚାଷି ମାନେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଲୁହାର କୋଦାଳ, ଲଙ୍ଗଳ, ଶଗଡ଼ ବଳା, ଟାଙ୍ଗିଆ, ଧାନକଟା ଦାଆ ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା – ପନିକି, ଡୁଆ, ଲୁହା ଖଡିକା, ଚଟୁ ଆଦି କମାର ମାନେ ତିଆରି କରି ବଜାରରେ ବିକ୍ରୀ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କେଉଁ ଆବାହନ କାଳରୁ ଏହି କୌଳିକ ବୃତ୍ତି ଚାଲି ଅସୁଥିଲା । ଏବେ ଆଉ ଗାଁ ଗହଳିରେ କମାର ଶାଳ ଦେଖିବାକୁ ମିଳୁନାହିଁ କି କମାର ଶାଳରୁ ଶୁଭୁନାହିଁ ଠକ୍ ଠକ୍ ଶବ୍ଦ ଆଜି ବିଜ୍ଞାନ ଯୁଗରେ ମେସିନ ତିଆରି ଜିନିଷ ପତ୍ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାଫଳରେ ପୂର୍ବପୁରୁଷ ଧରି ଏହିକାମ କରି ଆସୁଥିବା କମାର ମାନଙ୍କ କାମ କମି କମି ଆସୁଛି । ବିଲୁପ୍ତ ହେବାକୁ ବସିଥିବା କମାର ଶାଳର କାରିଗର ମାନଙ୍କୁ ପ୍ରୋତ୍ସାହନ ଦେଇ ସରକାର ଏହି କଳାକୁ ବଞ୍ଚାଇ ନରଖିଲେ ଆଗାମୀ ଦିନରେ କମାର ଶାଳ ଇତିହାସର ପୃଷ୍ଠାରେ ସାମିଲ ହୋଇ ରହିଯିବ ।

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here