ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ବନ୍ଧୁ ମିଳନ ଓ ସାହିତ୍ୟ ଆସର

ବୁଗୁଡା : ୧୧/0୧ : ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଥିବା  ଅଗ୍ରଣୀ କଳା,ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବୁଗୁଡା ବ୍ଳକ୍ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଏକ  ନବବର୍ଷର ବନ୍ଧୁମିଳନ ବରିଷ୍ଠ ସାହିତ୍ୟିକ ଡ.ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ  ବିପିନ ବିହାରୀ ପଟ୍ଟନାୟକ,ଆନନ୍ଦାନନ୍ଦ ମହାରାଜ,ପଦ୍ମଚରଣ ପ୍ରଧାନ ଏବଂ ଜନତା ମହା ବିଦ୍ୟାଳୟର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସର୍ବପ୍ରଥମେ ଅନୁଷ୍ଠାନର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ପିତା ମଦନମୋହନ ପଣ୍ଡା ଏବଂ ମାତା ଲାବଣ୍ୟବତୀ ପଣ୍ଡାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ତାପରେ କରନାରେ ମୃତ୍ୟୁ ବରଣ କରିଥିବା  ଆତ୍ମାର ସଦଗତି ନିମନ୍ତେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ କରାଯାଇ ଆଗାମୀ ବର୍ଷକୁ ସୁଖ ଶାନ୍ତି ଓ ସମୃଦ୍ଧିରେ କଟାଇବା ପାଇଁ ପ୍ରାର୍ଥନା କରିଥିଲେ । ଏହି ବନ୍ଧୁମିଳନ  କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପଣ୍ଡା,ରୋହିତ କୁମାର ପ୍ରଧାନ,ସୁବ୍ରତ କୁମାର ବେହେରା,ଦିଗାମ୍ବର ମହାରଣା,ବବୃବାହନ ସ୍ବାଇଁ,ଶିଶିର କୁମାର ଦାଶ,ସରୋଜ କୁମାର ପଣ୍ଡା,ଶ୍ରୀଧର ମିଶ୍ର,ବସନ୍ତ କୁମାର ବିଷୋୟୀ ପ୍ରମୁଖ ସୁପରିଚାଳନା କରିଥିଲେ । ଏ ଅବସରରେ ବହୁ ବୁଦ୍ଧିଜୀବୀ,ସାହିତ୍ୟିକ ଓ ସାମ୍ବାଦିକମାନଙ୍କ ଏକତ୍ରୀକରଣ ହୋଇ  ପହିଲି ଭୋଗର ପ୍ରସାଦ ସେବନ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here