ଶ୍ରମିକଙ୍କୁ ପାଉଣା ଦେଉନି ବନ ବିଭାଗ :

ସୁନ୍ଦରଗଡ ବନଖଣ୍ଡର ସଦର ବନାଞ୍ଚଳ ଅଧିନସ୍ତ ସାଲେପାଲି ଫରେଷ୍ଟ ସେକସନରେ ଗତ ବର୍ଷ ଜି.ଆଇ.ଏମ.ସ୍କିମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତ ବର୍ଷ ମାର୍ଚ ମାସରେ ହୋଇଥିବା ବେଳେ ସୁନ୍ଦରଗଡ ସଦର ବ୍ଲକ ତିଲେଇମଲଟି ଗ୍ରାମର ପ୍ରାୟ ୩୨ ରୁ ଉର୍ଦ୍ଧ  ଗ୍ରାମବାସୀ ଉଭୟ ମହିଳା ପୁରୁଷ ଶ୍ରମିକ ଏହି ଚାରା ରୋପଣ କରିଥିଲେ । ମାତ୍ର ବର୍ତ୍ତମାନ ନଅ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ବି ନିଜ ନିଜର ପାଉଣା ପାଇବାରୁ ବଞ୍ଚିତ ହୋଇଥିବାରୁ ଆଜି ଉକ୍ତ ମହିଳା ପୁରୁଷ ଏକାଠି ହୋଇ ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟଳୟକୁ ଘେରାଉ କରିଥିଲେ । ଶ୍ରମିକଙ୍କ ଅଭିଯୋଗ ଅନୁସାରେ ଗତବର୍ଷ ମାର୍ଚ୍ଚ ମାସରେ ସାଲେପାଲି ଫରେଷ୍ଟ ସେକସନ୍ ତରଫରୁ ଜି.ଆଇ.ଏମ୍ ସ୍କିମରେ ଏହି ଚାରା ରୋପଣ କାର୍ଯ୍ୟ ତିଲେଇମଲଟୀ ବନସୁରକ୍ଷା ସମିତି ତତ୍ବାବଧାନରେ ଦୀର୍ଘ ଚାରିମାସ ଧରି ସମ୍ପାଦନ ହୋଇଥିଲା । ସେହି ସମୟରେ ତିଲେଇମଲଟୀ ଗ୍ରାମର ପ୍ରାୟ ୩୨ ରୁ ଉର୍ଦ୍ଧ ଶ୍ରମିକ ଦିନକୁ ୨୯୮ ଟଙ୍କା ଦୈନିକ ମଜୁରୀରେ ଚାରା ରୋପଣ କାର୍ଯ୍ୟ ସଠିକ୍ ରୁପେ ସମ୍ପାଦନ କରିଥିଲେ । ମାତ୍ର ନଅ ମାସ ବିତିଯାଇଥିଲେ ବି ଏହି ବନବିଭାଗ ର ଅବହେଳା କାରଣରୁ  ଶ୍ରମିକ ମାନେ ତାଙ୍କ ପାଉଣା ପାଇବାରୁ ବଞ୍ଚିତ ଅଛନ୍ତି । ଏହି ବିଷୟରେ ସ୍ଥାନୀୟ ସାଲେପାଲୀ ଫରେଷ୍ଟର ସୁବାଷୀନି ତନ୍ତୀଙ୍କୁ ପଚାରିବାରୁ ଶ୍ରମିକଙ୍କ ପାଉଣା ବାବଦ ସମସ୍ତ କାଗଜପତ୍ର କାମ ସରିକି ପଇସା ବ୍ୟାଙ୍କରେ ଜମା ହୋଇଯାଇଛି ଏବଂ ଖୁବ୍ ଶୀଘ୍ର ଶ୍ରମିକ ମାନଙ୍କ ବକେୟା ପାଉଣା ମିଳିଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here