୧୧ କେବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେସିବି ଜଳିଗଲା , ଅଳ୍ପକେ ବର୍ତ୍ତିଲା ଚାଳକର ଜୀବନ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନା ନିଜର କାର୍ଯ୍ୟ ପାଇଁ ରାସ୍ତା ତିଆରି କରୁଥିବା ବେଳେ ଜେସିବିରେ କୌଣସି ଦ୍ରବ୍ୟ ଆଣି ପକାଇବା ସମୟରେ ୧୧ କେବି ବିଦ୍ୟୁତ ତାର ସହ ଜେସିବି ଡାଲା ସ୍ୟପର୍ଶ ହେବାରୁ କରେଣ୍ଟ ଦ୍ବାରା ଜେସିବିର ଟାୟାର ସମେତ ଅନ୍ୟିନ୍ୟ ସାମଗ୍ରୀ ଜଳି ଯାଇଥିଲା । ତେବେ ଏତେବଡ ଦୁର୍ଘଟଣାରେ କୌଣସି ପ୍ରକାରେ ଜେସିବି ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଖବର ପାଇ କୁତ୍ରା ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟଥା ସଂପୂର୍ଣ୍ଣ ଜେସିବିଟି ଜଳି ଯାଇଥାନ୍ତା । ଉଚିତ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚିବାରୁ ସଂପୂର୍ଣ୍ଣ ନଷ୍ଟ ହେବାରୁ ବର୍ତ୍ତି ଯାଇଥିଲା ଜେସିବି ବୋଲି ମତବ୍ୟକ୍ତ କରିଛନ୍ତି ରାଉରକେଲା ଉପଖଣ୍ଡ ସର୍କଲ ଅଧିକାରୀ ଶ୍ରୀ ବିନୋଦ କୁମାର ସିଂ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here