ସୁନ୍ଦରଗଡ଼ ଜିଲ୍ଲା ପ୍ରଯ୍ୟବେକ୍ଷକଙ୍କୁ ସ୍ୱାଗତ ଜଣାଇଲେ ରାଜଗାଙ୍ଗପୁର ବ୍ଲକ କଂଗେସ :

ରାଜଗାଙ୍ଗପୁର ସହରରେ କଂଗ୍ରେସ ର ସୁନ୍ଦରଗଡ଼ ଜିଲ୍ଲା ପ୍ରଯ୍ୟବେକ୍ଷକ ଯଜ୍ଞ ସ୍ୱର ବାବୁଙ୍କୁ ସ୍ୱାଗତ ଜଣାଇଛି ରାଜଗାଙ୍ଗପୁର ବ୍ଲକ କଂଗେସ !ରାଜଗାଙ୍ଗପୁର ସହର ଗର୍ଭଣା କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ପାରମ୍ପରିକ ନାଚ ଗୀତ ସହ ଯଂଜ୍ଞ ସ୍ୱର ବାବୁଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା !ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା ! ଏହି ସଭାରେ ବିଧାୟକ ପ୍ରତିନିଧି ଅରୁଣ ସାମଲ ସଭାକୁ ପରି ଚାଳନା କରିଥିବା ବେଳେ ଏହି ସଭାରେ ରାଜଗାଙ୍ଗପୁର ବିଧାୟକ ଡା ସି ଏସ ରାଜନ ଏକ୍କା  କୃଷକ, ଗ୍ରାମଞ୍ଚଳର ବିକାଶ, ଓ ଦଳକୁ କିପରି ଏକତ୍ରିତ ହୋଇ ମଜବୁତ କରିବା, ଶାସକ ଦଳର କଳା ନୀତିକୁ ବିରୋଧ ଭଳି ବିଷୟ ଉପରେ ଆଲୋକ ପାତ କରିଥିଲେ !ଏହି ଅବସରରେ ମଧ୍ୟ ଲୋକଙ୍କୁ ନିଜ ଅସୁବିଧା ଓ ଗ୍ରାମର ସମସ୍ୟା ଉପରେ ମନ୍ତବ୍ୟ ରଖିବା ସହ ଏହା ଉପରେ ଆଲୋଚନା କରାଯାଇଥିଲା !ଏହି ଅବସରରେ ଆଖପାଖ ଅଞ୍ଚଳର ବହୁ କଂଗେସ କର୍ମୀ ମାନେ ଯୋଗ ଦେଇଥିବା ଦେଖାଦେଇଥିଲା !ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଅରୁଣ ସାମଲ,ପୁରୁଖା ନେତା ଏକଵାଲ ମାଲିକ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲବଟ କିଣ୍ଡୋ,ଟାଉନ ସଭାପତି ଏଫତିଖାର ଅହମଦ(ପାକାବାବୁ)ଯୁବ କଂଗ୍ରେସ ସଭାପତି ଫାଇମ ଅକ୍ତର,ସୁରେନ୍ଦ୍ର ମିଂଜ଼,ପ୍ରମୁଖ ଉପସ୍ଥିତ ରହି ଅରୁଣ ସାମଲ ସଭାଟିକୁ ସୁରୁଖୁରୁରେ ପରିଚାଳନା କରିଥିବା ବେଳେ  ସଭା ଶେଷରେ ଫହିମ ଆକ୍ଟର ଧନ୍ୟବାଦ ଜ୍ଞାପନ କରିଥିଲେ   ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here