ଓକିଲ ସଂଘର ବରିଷ୍ଠ ସଦସ୍ୟ ତଥା ପୂର୍ବତନ କାଉନସିଲରଙ୍କ ବିୟୋଗରେ ଶୋକସଭା :

ଜ଼ିଲ୍ଲା  ଓକିଲ ସଂଘ ସୁନ୍ଦରଗଡ଼ର ବରିଷ୍ଠ ସଦସ୍ୟ ତଥା ସୁନ୍ଦରଗଡ଼ ପୌରପାଳିକା ର  ପୂର୍ବତନ ନଗରପାଳ ତାରାକାନ୍ତ ରକ୍ସl ଙ୍କ ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପ୍ରାତଃ 10 ଘଟିକା ସମୟରେ  ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସେ ସମୟରେ ତାଙ୍କ ପାଖରେ ତାଙ୍କ ଦୁଇ ପୁଅ ଉପସ୍ଥିତ ଥିଲେ l ସେ କିଛିଦିନ ପୂର୍ବରୁ ହୃଦଘାତ ରେ ପୀଡିତ ହୋଇ ଆପୋଲୋ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ l ତାଙ୍କୁ ମୃତ୍ୟୁ ବେଳକୁ 67 ବର୍ଷ ହେଉଥିଲା l ସେ ବହୁତ ମେଳାପୀ ବ୍ୟକ୍ତିତ୍ୱ ଥିଲେ l ତାଙ୍କ ଦେହାନ୍ତ ଖବର ପାଇ ଜ଼ିଲ୍ଲା ଓକିଲ ସଂଘ ରେ ଶୋକାକୁଳ ପରିବେଶ ଛାଇ ଯାଇଥିଲା l ତାଙ୍କ ବିଦାୟ ଜ଼ିଲ୍ଲା ଓକିଲ ସଂଘ ପାଇଁ ଶକ୍ତ ଧକ୍କା ପହଁଚିଛି l ତାଙ୍କ ଅପୂରଣୀୟ କ୍ଷତି କେହି ପୂରଣ କରି ପାରିବେ ନାହିଁ l ତାଙ୍କ ପ୍ରାର୍ଥୀବ ଶରୀର ଗତ କାଲି ରାତ୍ରି 12 ଘଟିକା ସମୟରେ ପହଂଚିବା ଖବର ପାଇ ଜ଼ିଲ୍ଲା ଓକିଲ ସଂଘ ତରଫରୁ ଜ଼ିଲ୍ଲା ଓକିଲ ସଂଘ ସଭାପତି କମଳ ଲୋଚନ ସେନ, ସମ୍ପାଦକ ଅଶୋକ କୁମାର ସ୍ୱାଇଁ,ବରିଷ୍ଠ ଆଇନଜୀବି ନିମାଇଁ ଚରଣ ନାଏକ,ଉପସଭାପତି ନରେଶ କୁମାର ନାଏକ, ସହ ସମ୍ପାଦକ ପ୍ରଣବ ସିଂ, ବରିଷ୍ଠ ଆଇନଜୀବି କିଶୋର  ନାଏକ, ଧର୍ମେଶ କୁମାର ପଟେଲ,ଯୁଗଳ କିଶୋର ଠାକୁର,ସୁରେନ୍ଦ୍ର ନାରାୟଣ ନାଏକ,ନିରଜ ସାମନ୍ତରାୟ, ପ୍ରଦୀପ ମହାନ୍ତି,ପ୍ରେମ କୁମାର, ସତ୍ୟଜିତ ନାଏକ,ବୁଦ୍ଧଦେବ ନାଏକ, ସ୍ୱରାଜ ପଟେଲ, ମନୋଜ କୁମାର ମହାରଣା ଏକ ପ୍ରତିନିଧି ମଣ୍ଡଳୀ  ପ୍ରାତଃ ୭ ଘଟିକା ସମୟରେ ତାଙ୍କ ବାସ ଭଵନକୁ ଯାଇ ତାଙ୍କ   ମରଶରୀରରେ ପୁଷ୍ପ ମାଳା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଅପରାହ୍ନ ୩ ଘଟିକା ସମୟରେ ତାଙ୍କ  ମରଶରୀର କୁ ଜ଼ିଲ୍ଲା ଓକିଲ ସଂଘ କୁ ଅଣାଯାଇଥିଲା ସେଠାରେ ଜ଼ିଲ୍ଲା ଓକିଲ ସଂଘ ର ସମସ୍ତ  ସଦସ୍ୟ ମାନଙ୍କ ସମେତ ଜ଼ିଲ୍ଲା ଦୌରାଜଜ ଶ୍ରୀ ପ୍ରଦୀପ କୁମାର ମହନ୍ତ, ରେଜିଷ୍ଟର ଶ୍ରୀ ସୈକତ କୁମାର ପାତ୍ର, ସି. ଜି. ଏମ ଶ୍ରୀ ବିଭୁ ଭୂଷଣ ପଣ୍ଡା,ସିଭିଲ ଜଜ ସିନିଅର ଡିଭିଜନ ବିମଳ ରାଉଳ, ଏସ. ଡ଼ି. ଜେ. ଏମ ରାଣା ଘୋଷ, ସମେତ ଅନ୍ୟ ଅଫିସର ମାନେ ଉପସ୍ଥିତ  ରହି ତାଙ୍କ ମରଶରୀରରେ ପୁଷ୍ପ ମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଦିବା 11 ଘଟିକା ସମୟରେ ଜ଼ିଲ୍ଲା ଓକିଲ ସଂଘ ସଭାଗୃହ ରେ  ତାଙ୍କ ଅମର ଆତ୍ମା ର ଶାନ୍ତି ନିମନ୍ତେ ୨ ମିନିଟ ର ନିରବ ପ୍ରାର୍ଥନା କରାଯାଇଥିଲା ଓ କୋର୍ଟ କାର୍ଯ୍ୟ କୁ ବନ୍ଦ କରିଦିଆଯାଇଥିଲା  । ସେ ଜଣେ ବରିଷ୍ଠ ଓକିଲ  ଭାବେ ସୁନ୍ଦରଗଡ଼ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜ଼ିଲ୍ଲା ଓକିଲ ସଂଘର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ଆଇନଜୀବି ପୌଷ ଚନ୍ଦ୍ର ପଟେଲ, ସୁକାନ୍ତ ମହାପାତ୍ର,ପ୍ରଦୀପ ମହାପାତ୍ର, ତନ୍ମୟ ମହାପାତ୍ର, ପ୍ରମୋଦ କୁମାର ମିଶ୍ର, ଅରୁଣ କୁମାର ଯୋଶୀ, କୈଳାଶ ନାଏକ,ନିହାର ରଞ୍ଜନ ନନ୍ଦୀ, ଅଶୋକ କୁମାର ନାଏକ,ପ୍ରଶାନ୍ତ ପଟେଲ, ପ୍ରଭାତ ଚୌଧୁରୀ, ବାସୁଦେବ ପାଣ୍ଡେ,ରଘୁନାଥ ପଣ୍ଡା, ପ୍ରଣବ ହାତି, ସୁଶାନ୍ତ ପାଣ୍ଡେ, ପ୍ରିତିଶ ମିଶ୍ର, ସତ୍ୟଜିତ ପଣ୍ଡା,ସଞ୍ଜୟ ମାଝୀ, ରାଜେନ୍ଦ୍ର ବେକ, ବାଦଲ ଚୌଧୁରୀ, ସଞ୍ଜୟ ପଟେଲ,ଏମ. ଡି. ସମିମ, ସୁନୀଲ କୁମାର ରାଏ,ପ୍ରତିମା ମିଶ୍ର, ପ୍ରଭାତୀ ଯୋଶୀ, କଳ୍ପନା ମିଶ୍ର, ଅଲିଭା ମହାପାତ୍ର, ଗୀତା ରାଣୀ ପଟେଲ, ଦୀପଞ୍ଜଳି ପଟେଲ, ଅଞ୍ଜନା ସାହୁ, ଅନୁସୟା ନାଏକ, ସୁନିତା ପଟେଲ, ଲଳିତା ବାରଲା, ସରକାରୀ ଓକିଲ ଦେବାଶିଷ ସିଟ ସମେତ ଓକିଲ ସଂଘ ର  ଅନ୍ୟ ସଦସ୍ୟ ମାନେ  ତାଙ୍କ ଶେଷ ଦର୍ଶନ କରି ତାଙ୍କ ମରଶରୀର ରେ  ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  l ସୁନ୍ଦରଗଡ଼ ରୁ ସୁଶାନ୍ତ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here