ବଣେଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜର ବୈଠକ :

ବଣେଇ ଉପଖଣ୍ଡରେ ଥିବା ରାଜବାଟି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବସିଥିଲା ବ୍ରାହ୍ମଣ ସମାଜର ବୈଠକ । ସମାଜର ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ସଂସ୍କାର ଓ କର୍ମ କର୍ମାଣୀ ଉପରେ ବିଷଦ ଭାବେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ସମାଜର ସଭାପତି ଉପଜିଲ୍ଲା ପାଳଙ୍କ ସହିତ ଯୋଗାଯୋଗ ଓ ବିଭିନ୍ନ ବୈଠକରେ ଯୋଗ ଦେବା ସକାସେ କର୍ମକର୍ତ୍ତା ଚୟନ ହୋଇଥିଲା । ବଣେଇ ସମାଜ ତରଫରୁ ପୂର୍ବରୁ ଲିଖିତ ଭାବେ ଜଣାଇଥିବା ବେଳେ ଆଜି ବଣେଇ ବଧାୟକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା କଲ୍ୟାଣ ମଣ୍ଡପ ସକାସେ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ରାହ୍ମଣ ସମାଜକୁ ପ୍ରଦାନ କରିଥିବାର ଜଣାପଡିଛି । ସମାଜର ଉନ୍ନତି କରଣ ସକାସେ ବିଭିନ୍ନ କାରଖାନାକୁ ଯୋଗାଯୋଗ ସକାସେ ମଧ୍ୟ କର୍ମକର୍ତ୍ତା ଚୟନ ହୋଇଛି । ତେବେ କୌଣସି କାରଖାନା ମାଲିକ ଜଗନ୍ନାଥ ମନ୍ଦିର ପରିସରରେ ସ୍ନାନ ବେଦି ତିଆରି ପାଇଁ ପାଣ୍ଠି ଦାନ କରିଥିବା ଜଣାଯାଇଛି । ବ୍ରାହ୍ମଣ ସମାଜ ତରଫରୁ ସାମାଜିକ କାର୍ଯ୍ୟକ୍ରମ ସକାସେ ଏକ ଟେଣ୍ଟହାଉସ ବିଷୟରେ ଚିନ୍ତା କରି ସର୍ବସମ୍ମତି କ୍ରମେ ସ୍ଥିରିକୃତ ହୋଇଥିଲା । ସମାଜ ତରଫରୁ ଆଗକୁ ମଧ୍ୟ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିବା ସକାସେ ବିଚାର ବିମର୍ଶ ହୋଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here