ରାନିପିଆ ଖାଖା ପଡାରେ ବିଲ ଆସୁଛି ବର୍ଷକୁ ଥରେ :

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତ ସଂଲଗ୍ନ ରାନିପିଆ ଗ୍ରାମର ଖାଖା ପଡାବସ୍ତିରେ ବିଜୁଳି ବିଲ ଆସୁଛି ବର୍ଷକୁ ଥରେ ଚଢା ଦରରେ l ଆଜକୁ ଦୀର୍ଘ ଚାରି ବର୍ଷ ହେବ ଖ୍ୟୁଦ୍ର ଚାଷୀ ମାନଙ୍କୁ ହଇରାଣ କରୁଛି ବିଜୁଳି ବିଭାଗ  । ଉକ୍ତ ବସ୍ତିର ଯନୈକ ବାସିନ୍ଦା ଗାନ୍ଧରୁ  ଖାଖା ଗଭୀର ନଳ କୂପ ଖୋଳି ଚାଷ ବାସ କରୁଥିବା ବେଳେ ତାଙ୍କ ପାଖକୁ ଚଢ଼ାଦରରେ ବିଜୁଳି ବିଲ ଆସେ ବର୍ଷକୁ ଥରେ l ଏ ବିଷୟରେ ସେ ବିଜୁଳି ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଲେ ଏଭଳି ବିଲ ଆସିବ ଦେଲେ ଦିଅ ନ ହେଲେ ଯାଅ । ସରକାରୀ କଳର କାର୍ଯ୍ୟ ବିଷୟରେ ସଠିକ ଭାବେ ଅବଗତ ନ ଥିବା  ଗ୍ରାମୀଣ ଅଧିବାସୀଙ୍କୁ ବିଭିନ୍ନ କାର୍ଯ୍ୟାଳୟ ଦୌଡ଼ିବାକୁ ପଡେ,ହେଲେ କୌଣସି ସୁଫଳ ମିଳେ ନାହିଁ l ବିଜୁଳି ବିଭାଗର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ରାନି ପିଆ ଗ୍ରାମର ଖାଖା ପଡା ବସ୍ତିରେ ଉଚ୍ଚ କର୍ତ୍ତୁପକ୍ଷ ଦୁଷ୍ଟି ଦେବାକୁ ସାଧାରଣ ରେ ଦାବି l ଏହି ବସ୍ତିରେ ବସ ବାସ କରୁଥିବା ୨୫ ରୁ ଅଧିକ ଚାଷୀଙ୍କର ମଧ୍ୟ ସମାନ ଅସୁବିଧା ଲାଗି ରହିଛି l

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ  ରଞ୍ଜିତ ରାଉତଙ୍କ ରିପୋର୍ଟ  l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here