ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ ।

ଆଜି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅସ୍ଥାୟୀ ଭାବେ କରୋନା ମହାମାରୀ ବା କୋଭିଡ୍-19କୁ ଆଖିଆଗରେ ରଖି ତରବରିଆ ଭାବେ ରାଜ୍ୟ ସରକାର ଶତାଧିକ ମହିଳା ଏ .ଏନ୍. ଏମ୍ ମାନଙ୍କୁ ଡେଲି ମଜୁରୀ ୮୫୦ ଟଙ୍କା ହିସାବରେ ଦୀର୍ଘ ୯ ମାସକାଳ କାର୍ଯ୍ୟରେ ନିୟୋଜିତ କରିବା ଓ ଖଟାଇବା ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେବା ଏବଂ ୯ମାସ ଖଟାଇ ୮ ମାସର ଦରମା ପ୍ରଦାନ କରିବା ଏବଂ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରିର ପ୍ରକୋପ୍ ସମୟରେ ଦିନରାତି ଏକାକାର କରି ନିଜର କର୍ତ୍ତବ୍ୟକୁ ଲିଭାଇବା ପରେ ଦୀର୍ଘ ୯ ମାସପରେ ଜିଲ୍ଲାରେ ବହୁତ୍ ଗୁଡିଏ ଏ .ଏନ୍ .ଏମ୍ ପଦବୀ ଖାଲି ପଡିଥିବା ବେଳେ ସେମାନଙ୍କୁ ନିଯୁକ୍ତି ନଦେଇ ଚାକିରୀରୁ ବାହାର କରିଦେବା ଅଭିଯୋଗ ନେଇ ଶତାଧିକ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନୂର୍ତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜଙ୍କୁ ଭେଟି ନିଜ ନିଜର ଦୁଃଖଭରା କାହାଣୀ ଜଣାଇଁବା ସହିତ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଚେତାବନୀ ମଧ୍ୟଦେଇ କହିଛନ୍ତି ଯେ-ଯଦି ରାଜ୍ୟ ସରକାର ଖୁବ୍ ସିଘ୍ର ସେମାନଙ୍କ କଥା ନବୁଝନ୍ତି ତେବେ ଜିଲ୍ଲାର ସମସ୍ତ ଏ. ଏନ୍. ଏମ୍  କର୍ମୀମାନେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବା ଧାରଣାରେ ବସିବେ । ଏପଟେ ମାନନୀୟ ଜିଲ୍ଲାପାଳ ମଧ୍ୟ ଦୃଢ ପ୍ରତିଶୃତି ଦେଇଛନ୍ତି ଖୁବ୍ ସିଘ୍ର ୨ଦିନ ମଧ୍ୟରେ ସେମାନଙ୍କ କଥା ବିଚାରକୁ ନିଆଯାଇ ବୁଝାଯିବ । ତେବେ ଦେଖାଯାଉ ଜିଲ୍ଲାପାଳ ମହୋଦ୍ୱୟ କେତେଦୂର ତାଙ୍କ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରି ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ପୁନ୍ନ ନିଯୁକ୍ତି ପ୍ରଦାନ କରୁଛନ୍ତି ଖାଲି ଯାହା ବାକି ରହିଲା ଦେଖିବାକୁ ।

ମହିଳା ସ୍ୱାସ୍ଥ୍ୟ କର୍ମୀ ରାଜଶ୍ରୀ କର
ମହିଳା ସ୍ୱାସ୍ଥ୍ୟ କର୍ମୀ ଅନୁପମା ରାଉତରାୟ

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here