ଉପୁଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ କପ୍ ଉଦଯାପିତ, ଆମଗାଁ ଦଳକୁ ହରାଇ ସିହିଡିହା ଦଳ ଚମ୍ପିଆନ୍ :

ବଣାଇଁ ବ୍ଲକ ଅନ୍ତର୍ଗତ ଜକୈକଳା ପଞ୍ଚାୟତର ଉପୁଡା ଗ୍ରାମର ଉପୁଡା କ୍ଲବ ପକ୍ଷରୁ ୮ ଦିନ ଧରି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବାଦିକ ହବିବ ଖାନ, ସମ୍ମାନିତା ଅତିଥି ଭାବେ ମହାବୀର ମହାକୁଳ , ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଖେଳକୁ ଅଜିତ କୁମାର ପାତ୍ରଙ୍କ ତତ୍ବାବଧାନରେ ହୋଇଥିବା ବେଳେ ଏଥିରେ ୨୪ଟି ଦଳ ନେଇ ଏକ ଫିଚର ମ୍ୟଚ୍ ହୋଇଥିଲା। ପ୍ରାରମ୍ଭିକ ଖେଳକୁ ତଲିତା ଏବଂ ମଧୁପୁର ଦଳ ମଧ୍ୟରେ କ୍ରିକେଟ ଖେଳ ଆରମ୍ଭ ହୋଇଥିଲା। ସେମିଫାଇନାଲ ମ୍ୟାଚରେ ବିସିପାଲି ଓ ସିହିଡିହା ମଧ୍ୟରେ ଖେଳ ହୋଇଥିବା ବେଳେ ଏଥିରେ ସିହିଡିହା ଦଳ ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲେ। ସେହିପରି ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଜମକେଇ ଓ ଆମଗାଁ ଦଳ ମଧ୍ୟରେ ହୋଇଥିବା ବେଳେ ଆମଗାଁ ଦଳ ଉତ୍ତିର୍ଣ୍ଣ ହୋଇ ଫାଇନାଲରେ ପ୍ରବେଶ କରିଥିଲେ। ଉଦଯାପନୀ ଉତ୍ସବର ଫାଇନାଲ୍ ମ୍ୟାଚ୍ ରେ ସିହିଡିହା ଓ ଆମଗାଁ ମଧ୍ୟରେ ଖେଳ ହୋଇଥିବା ବେଳେ ସିହିଡିହା ଚମ୍ପିଆନ୍ ସିପ୍ ହୋଇ ବିଜୟୀ ଲାଭ ହୋଇ ଗୌରବ ଅର୍ଜନ କରିଥିଲେ।ବିଜୟ ଓ ଉପ ବିଜେତା ଖେଳାଳି ମାନଙ୍କୁ ଅତିଥିକଂ ଦ୍ବାରା ଟ୍ରଫୀ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳକୁ ଓମ୍ପାୟାର ଭାବେ ପ୍ରତାପ କାଲୋ, ଆଶିଷ ପ୍ରଧାନ, ପ୍ରକାଶ କାଲୋ ଖେଳକୁ ପରିଚାଳିତ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଖେଳକୁ ଗ୍ରାମର ଯୁବ ଗୋଷ୍ଠୀ ମହେନ୍ଦ୍ର ପାତ୍ର ପ୍ରତାପ, କୈଳାସ ଚନ୍ଦ୍ର ପାତ୍ର, ଦୁର୍ଯ୍ଯୋଧନ ଦଲେଇ, ଇଶ୍ବର ଚନ୍ଦ୍ର ନାଏକ, ଆନନ୍ଦ ମାହାନ୍ତି, ଗୋପିନାଥ ରଣା, ସୁର କିସାନ, ଦୁଶମନ୍ତ ପାତ୍ର, ପକଂଜ ଭୋଇ, ସଞ୍ଜୟ ପାତ୍ର, ସୌରପ କୁମାର ଦେଓ, ଆଶିଷ ସାହୁ, ରାଜକିଶୋର କିସାନ ପ୍ରମୁଖ ଏହି ଖେଳକୁ ସହଯୋଗ ଓ ସହାୟତା କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here