ଗରିବ ଅସହାୟ ୧୯ ବର୍ଷିଆ ଭିନ୍ନକ୍ଷମ ବାଳିକାକୁ ଏପର୍ଯ୍ୟନ୍ତ ମିଳୁନି ଭତ୍ତା କିମ୍ବା ତିନିଚକିଆ ଗାଡି : କେନ୍ଦ୍ରାପଡା

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ଗ୍ରାମର ହୃଷିକେଶ ଦାସଙ୍କ ଝିଅ ପ୍ରିୟଙ୍କା ଦାସଙ୍କ ଜନ୍ମରୁ ଦୀର୍ଘ ୧୯ ବର୍ଷର ଦାରିଦ୍ରତାର କଷାଘାତରେ ପେଷୀହୋଇ ଶାରୀରିକ ବିକଳାଙ୍ଗ ଭାବେ ଘୁଷୁରୀ ଘୁଷୁରୀ ଚଳପ୍ରଚଳ କରୁଥିବା ଏବଂ ପରିବାର ଲୋକଙ୍କ ସାହାରାରେ ଅନ୍ୟ ଜାଗାକୁ ଟେକାହୋଇ ଯାଉଥିବା ଏବଂ ଜୀବନ ଜୀବିକା ସହିତ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ନିମନ୍ତେ ସଂଘର୍ଷ କରୁଥିବା ଦୁଃଖ ଭରା କାହାଣୀ ବରଂଗ ନକହିବା ଭଲ । ଆଜି ଭିନ୍ନକ୍ଷମ ସାର୍ଟିଫିକେଟ ପାଇବା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ପହଞ୍ଚିଥିଲେ କଲ୍ୟାଣୀଙ୍କ ସାଂଗରେ ଏକ ଟେମ୍ପୁ ଯୋଗେ ତାଙ୍କ ବାପା ‘ମା’ । କିଛି ସମୟ ସେମିତି ଘୁଷୁରୀ ଘୁଷୁରୀ ମେଡିକାଲ୍ ବାରଣ୍ଡାରେ ବସି ସାର୍ଟିଫିକେଟ ଅପେକ୍ଷାରେ ଥିବା ବେଳେ ହଠାତ୍ ସର୍ଜରୀ ଓ ଅର୍ଥପେଡିକ୍ ବିଭାଗ ଦାୟିତ୍ବରେ ଥିବା ବରିଷ୍ଠ ଡାକ୍ତର ଶ୍ରୀଯୁକ୍ତ ବିରେନ୍ଦ୍ର ଦାସ ଏବଂ ସିଡିଏମଓ ଅଫିସର ଡିଲିଂଗ୍ ଆସିଷ୍ଟାଣ୍ଟ ଶ୍ରୀଯୁକ୍ତ ହେମନ୍ତ ନାୟକଙ୍କ ନଜରରେ । ହଠାତ୍ ଅଟକି ଯାଇଥିଲେ ସେହି ଭିନ୍ନକ୍ଷମ ବାଳିକାଙ୍କ ନିକଟରେ ଏବଂ ପଚାରି ସବୁ କଥା ବୁଝିବା ପରେ ଦୃଢ ପ୍ରତିଶୃତି ମଧ୍ୟ ଦେଇଛନ୍ତି ତୁରନ୍ତ ତାଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଇ ଦେବାପାଇଁ । ଦେଖାଯାଉ ଡାକ୍ତର ବାବୁ କେତେଦୂର ତାଙ୍କ ପ୍ରତିଶୃର୍ତି ରକ୍ଷା କରୁଛନ୍ତି ଏବଂ କଲ୍ୟାଣୀକୁ ସାର୍ଟିଫିକେଟ ଯୋଗାଇ ଦେଉଛନ୍ତି । ସରକାରଙ୍କ ବହୁତ୍ ମାଳ ମାଳ ଯୋଜନା ପରେ ଯୋଜନା ଖାଲି କାଗଜ କଲମରେ ସିନା ଚାଲିଛି ହେଲେ ବିଚରା ଏହି ୧୯ ବର୍ଷିଆ ବିକଳାଙ୍ଗ ଶାରିରୀକ ଭିନ୍ନକ୍ଷମ ବାଳିକା ପାଇଁ ସତେ ଯେମିତି ସମସ୍ତ ସରକାରୀ ସୁବିଧା ସାତ ସପନ ପାଲଟି ଯାଇଛି । ନା ଏପର୍ଯ୍ୟନ୍ତ ମିଳୁଛି ତାଙ୍କୁ ଭିନ୍ନକ୍ଷମ ଭତ୍ତା ନା ତିନିଚକିଆ ଗାଡି ଖଣ୍ଡେ । ବିଚରା ବାପ “ମା” ପନ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଏଅଫିସରୁ ସେ ଅଫିସ ଓ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେବାପରେ ମଧ୍ୟ ଏପର୍ଯ୍ୟନ୍ତ ମିଳୁନି ଭିନ୍ନକ୍ଷମ ଭତ୍ତା କିମ୍ବା ଭିନ୍ନକ୍ଷମ ଗାଡି ଖଣ୍ଡେ । ଦାରାଦ୍ରତାର ଅସହାୟ କଷାଘାତରେ ବଞ୍ଚିବା ସତେ ଯେମିତି କଲ୍ୟାଣୀଙ୍କ ପାଇଁ ଦୃର୍ବିଶାହା ହୋଇପଡିଛି । ଦେଖା ଯାଉ କେବେ ମିଳୁଛି କଲ୍ୟାଣୀକୁ ସାରକାରୀ ସାହାଯ୍ୟ ସୁବିଧା ଏବଂ କେବେ ନିଦ ଭାଙ୍ଗୁଛି ସରକାରୀ ପଦାଧିକାରୀ ମାନଙ୍କଠାରୁ ଆରମ୍ଭ କରି ଛୋଟବଡ ବାବୁ ମାନଙ୍କର,ଯାହା ଖାଲି ବାକିରହିଲା ଦେଖିବାକୁ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here