କେନ୍ଦ୍ରାପଡା ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ବୈଦିକ ବ୍ରାହ୍ମଣ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ଆଜି ଓଡିଶା ବୈଦିକ ବ୍ରାହ୍ମଣ ସମାଜ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ କେନ୍ଦ୍ରାପଡା ବୈଦିକ ବ୍ରାହ୍ମଣ ପରିଷଦର ସଭାପତି ଶ୍ରୀଯୁକ୍ତ ଚକ୍ରଧର ପଣ୍ଡାଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ଶ୍ରୀଯୁକ୍ତ ଦେବରାଜ୍ ପାଢୀ ଓ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାପାତ୍ର ଏବଂ ସଂଯୋଜକ ମାଧବାନନ୍ଦ ଗୁରୁଜୀଙ୍କ ନେତୃତ୍ୱରେ ମଞ୍ଚାସୀନ ମୂଖ୍ୟ ଅତିଥିଭାବେ ବରିଷ୍ଠ ପ୍ରବଚକ ଶ୍ରୀଯୁକ୍ତ ପଣ୍ଡିତ୍ ଜିତୁ ଦାଶ ଓ ବୈଦିକ ବ୍ରାହ୍ମଣ ପରିଷଦର ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ସତ୍ୟନାରାୟଣ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବିନାରାୟଣ ପତି ପ୍ରମୁଖ ଯୋଗଦେଇ ବ୍ରାହ୍ମଣ ମାନଙ୍କର ରହିଥିବା ବିଭିନ୍ନ ଅସୁବିଧା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା,ପ୍ରର୍ଯ୍ୟାଲୋଚନା ମାଧ୍ୟମରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପାଖରେ ବୈଦିକ ବ୍ରାହ୍ମଣ ମାନଙ୍କ ପ୍ରତି କରାଯାଉଥିବା ଅବହେଳା ଓ ଅନ୍ୟାୟ, ଅତ୍ୟାଚାରକୁ ଯମାରୁ ବରଦାସ୍ କରାଯିବ ନାହିଁ ।

ବ୍ରାହ୍ମ ସମାଜ ପ୍ରତି ସରକାରଙ୍କର କୌଣସି ପାତର ଅନ୍ତର ନୀତି ଏବଂ ସାଧାରଣତଃ ବ୍ରାହ୍ମଣ ସମାଜକୁ ସରକାରୀ ସାହାଯ୍ୟ, ସହଯୋଗରୁ ବଞ୍ଚିତ କରାଯାଉଥିବା ଓ ଅବହେଳା ପୂର୍ଣ୍ନ ଦାବିଗୁଡିକ ଆଗାମୀ ଦିନରେ ନିଶ୍ଚିନ୍ତ ରୂପେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଦରକକାର ପଡିଲେ ବ୍ରାହ୍ମଣ ମାନଙ୍କ ପ୍ରତି ବିଭିନ୍ନ ସମୟରେ କରାଯାଉଥିବା ଅନ୍ୟାୟ, ଅତ୍ୟାଚାରକୁ ପୂର୍ଣ୍ଣ ମାତ୍ରାରେ ମଧ୍ୟ ବିରୋଧ କରାଯିବା ସହିତ ରାଜ୍ୟ ବ୍ୟାପି ଆନ୍ଦୋଳନ ଆତ୍ମିକ ପନ୍ଥା ଆଗାମୀ ଦିନରେ ମଧ୍ୟ ଗ୍ରହଣ କରାଯିବା ସହିତ ଗୋ ଜାତିର ଶୁରକ୍ଷା ସହିତ ଗୋ”ମାତାଙ୍କ ପ୍ରତି ଯେଭଳି ଭାବରେ ବିଭିନ୍ନ ଅନ୍ୟାୟ ଅତ୍ୟାଚାର କରାଯିବା ସହିତ ଯେଭଳି ଭାବରେ ଗୋମାତାକୁ ହତ୍ୟା କରାଯାଉଛି ସେଥିପ୍ରତି ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର ହୁଅନ୍ତୁ ସତର୍କତା ଅବଲମ୍ବନ କରିବା ସହିତ ଗୋମାତା ବା ଗୋ ଜାତୀକୁ ପ୍ରଥମତଃ ଶୁରକ୍ଷା ଯୋଗାଇ ଦେବା ନିମନ୍ତେ ଆଜିର ବୈଠକର ମୂଖ୍ୟ ପ୍ରସଂଗ ବା ଆଭିମୁଖ୍ୟ ଥିଲା ବୋଲି ଅତିଥିମାନେ ତାଙ୍କ ନିଜ ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here