ଜମ୍ଭୁ ଭଟ୍ଟାଣିଠାରେ “ଆମ ଗାଁ ଆମ ସାହିତ୍ୟ ପରିଷଦର ଆଲୋଚନା ଚକ୍ର ଅନୁଷ୍ଠିତ

ଆଜି କେନ୍ଦ୍ରାପଡ଼ାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା “ଆମ ଗାଁ ଆମ ସାହିତ୍ୟ ପରିଷଦ”ର ଚଳିତ ମାସର ଏକ ସାହିତ୍ୟ ଆଲୋଚନା ଚକ୍ର ଓ ସାହିତ୍ୟ କବିତା ଆସର ଓ ନୂତନ ବର୍ଷର ବନ୍ଧୁମିଳନ ପର୍ବ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଜମ୍ବୁର ଭାଟଣିଠାରେ ସରକାରଙ୍କର ସମସ୍ତ କୋଭିଡ୍-19 ପାଇଁ ରହିଥିବା ଗାଇଡ୍ ଲାଇନ୍ ବା କଟକଣାକୁ ମାନି ମାକ୍ସ୍ ସାନିଟାଇଜର ବ୍ୟବହାର ପୂର୍ବକ ଅନୁଷ୍ଠାନର ବରିଷ୍ଠ କବି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମାହାଲିଙ୍କ ନେତୃତ୍ୱରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସତୀର୍ଥର ସଭାପତି ତଥା ବରିଷ୍ଠ କବି ଶ୍ରୀଯୁକ୍ତ ଅମରବର ରାଉତ, ସାମ୍ବାଦିକ ଅଶୋକ କୁମାର ସ୍ୱାଇଁ ବରିଷ୍ଠ କବୟତ୍ରୀ ଶ୍ରୀମତୀ ଚାରୁଲତା ଭୂୟାଁ,ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶୁଭ୍ରାଂଶୁ କୁମାର ଦାସ ପ୍ରମୁଖ ସମ୍ମାନୀୟ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ଥିବାବେଳେ ଅତିଥି ପରିଚୟ ପ୍ରଦାନକରିଥିଲେ ସୁବାଷ ମାହାଲି ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ସ୍ୱପ୍ନାଶୁ କୁମାର ଦାସ । ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ କବି ସୁବାଷ ମାହାଲିଙ୍କ ସହିତ ଅନ୍ୟାନ୍ୟ ସାଥିମାନେ । ଵେଦପାଠ କରିଥିଲେ ଯୋଗଗୁରୁ ଶ୍ରୀଯୁକ୍ତ ସଞ୍ଜୟ କୁମାର ମଥାନ । ଏହି ଅବସରରେ ସାହିତ୍ୟର ସଫଳ ପ୍ରଚାର ଓ ପ୍ରସାର ପାଇଁ ସଞ୍ଜୟ ମଲ୍ଲିକ, ନୃସିଂହ ମଲ୍ଲ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା ।ସହସମ୍ପାଦକ କବି ଅଶୋକ କୁମାର ସାହୁ ଓ ଯୁବକବି ଅସିତ କୁମାର ସାହୁ ଏବଂ ଶୈଳଜା ଶଙ୍କର ସାମଲଙ୍କ ମିଳିତ ମଞ୍ଚ ସଂଯୋଜନାରେ ମନ୍ମଥନାଥ ବରାଳ, କବି ରାମକୃଷ୍ଣ ଦାସ, ନିକୁଞ୍ଜ ପୃଷ୍ଟି, ଅପର୍ତ୍ତି ସେଠୀ, ପରମାନନ୍ଦ ଥାଟୋଇ, ରଞ୍ଜନ କୁମାର ବାଇ, ଗୀତାଞ୍ଜଳି ସାହୁ, ଯାମିନୀ ଦାସ, ବର୍ଷା ବରାଳ, ଶଙ୍କର୍ଷଣ ସାହୁ, ଦିବାକର ରାଉତ, ଶରତ ରାଉତ, ରଘୁନାଥ ସାହୁ, କବି ନାରାୟଣ ଜେନା, ନକୁଳ ପୃଷ୍ଟି, ସୁବାଷ ମାହାଲି, ଅଜୟ ପାତ୍ର, ମେଜର ଭରତ ଚନ୍ଦ୍ର ଜେନା, ନମିତା ଗିରି ଏବଂ ଶଙ୍କର୍ଷଣ ସାହୁ ପ୍ରମୁଖ ପ୍ରାୟ ୪୦ରୁ ଉର୍ଦ୍ଧ କବି ଓ କବୟିତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ଉକ୍ତ ମଞ୍ଚରେ ପରିବେଷଣ କରା ଯାଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶରତ କୁମାର ରାଉତ । ସଭା ସାଙ୍ଗ ସମୟରେ ସ୍ଥାନୀୟ ବିଦ୍ୟାଳୟର କିଛି କୁନି କୁନି ଛାତ୍ର ଛାତ୍ରୀ ବା ପିଲାମାନଙ୍କୁ ନେଇ ଏକ ଚିତା ଆକର୍ଷକ ଏବଂ ମନୋରଞ୍ଜନ ଧର୍ମି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here