ପରମ ପୂଜ୍ୟ ଗୁରୁବାବା ଭିଖରାମ ଭାଗାତ ଙ୍କ ୮୫ତମ ଜୟନ୍ତୀ ଉତ୍ସଵ ପାଳନ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ବ୍ଳକର ଜାମପାଲିରେ ପରମ ପୂଜ୍ୟ ଗୁରୁ ବାବା ଭିଖରାମ ଭଗତଙ୍କ ୮୫ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଜୟ ଧରମ ଅନୁଯାଇ ନିଜ ଧର୍ମଗୁରୁ ଭିଖରାମ ଭଗତଙ୍କ ଜୟନ୍ତୀ ଅବସରରେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ଉପସଭାପତି ତଥା ପୂର୍ବତନ ବିଧାୟକ ମଙ୍ଗଳା କିଷାନ, ଏସ. ଡି.ପି. ଓ ଡକ୍ଟର ଶଶାଙ୍କ ଶେଖର ବେଉରା ସମ୍ମାନିତ ଅତିଥି ଭାବେ ବ୍ଳକ ଚ୍ୟାରମେନ ବସନ୍ତ ଟପ୍ପୋ, ବ୍ଳକ ସଭାପତି ରାମଚନ୍ଦ୍ର କୂଜୁର, ଅମରେଶ ଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।ମଞ୍ଚାସିନ ଅତିଥି ମାନେ ଗୁରୁବାବା ଭିଖରାମ ଭଗତଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ।ଗୁରୁବାବାଙ୍କ ପଟ୍ଟ ଚିତ୍ର ରେ ପୁଷ୍ପମାଲ ଅର୍ପଣ କରି ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ।ଧ୍ୟାନ, ଭଜନ, ପରେ ଉପସ୍ଥିତ ଧର୍ମେଶ ମାନେ ମୃଦଙ୍ଗ ତାଳ ଧ୍ଵନିରେ ନୃତ୍ୟ ପରିବେଷଣ କରିଥିଲେ ।ଜୟ ଧର୍ମେଶ ନାରା ଅଞ୍ଚଳରେ ଗୁଜ୍ଞମାନ ହୋଇଉଠିଥିଲା ।ଶେଷରେ ସମସ୍ତ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ, ଏହି ଉତ୍ସବରେ ଗଙ୍ଗାଜଳ, ଜାମପାଲି ,ରାଜଗାଙ୍ଗପୁର, ତେଲିଘନା ଅଞ୍ଚଳରେ ବସବାସ କରୁଥିବା ଧର୍ମେଶ ମାନେ ଯୋଗ ଦେଇଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here