ଟେନିସ ବାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଖେଲ ପଡିଆରେ ଟେନିସ ବଲ କ୍ରିକେଟର ଆୟୋଜନ କରାଯାଇଥିଲା । ଟେନିସ ବଲ କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଏକ କାଳୀନ ରେକର୍ଡ ସୃଷ୍ଟି କରିବା ପାଇଁ ସାରା ଭାରତ ବର୍ଷରେ ୧୦୦ ସହରରେ ଖେଳାଯାଉଥିବା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲିଥିଲା,ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଲା ଯେ ସାରା ଦେଶରେ ଗୋଟିଏ ଦିନରେ ସର୍ବାଧିକ ଟେନିସ ବଲ କ୍ରିକେଟ,ସର୍ବାଧିକ ଲୋକଙ୍କ ଦ୍ୱାରା ଖେଳାଯିବାର ଇଣ୍ଡିଆ ବୁକ ଉଫ୍ ରେକର୍ଡ,ଏସିଆ ବୁକ ଉଫ୍ ରେକର୍ଡ, ଏକ୍ସକଲୁସିଭ ବିଶ୍ଵ ରେକର୍ଡ ହେବାକୁ ସାରା ଦେଶରେ ଆଜି ଟେନିସ ବଲ କ୍ରିକେଟ ଖେଳା ଯାଇଥିଲା।ଓଡ଼ିଶା ରେ ରାଜଗାଙ୍ଗପୁର, ରାଉରକେଲା, ଖୋର୍ଦ୍ଧା, ନୂଆପଡା, କଳାହାଣ୍ଡି, ମୟୁରଭଞ୍ଜ, ବଲାଙ୍ଗୀର, ସୋନପୁର, ବାଲେଶ୍ବର ସହ ୧୧ଟି ସ୍ଥାନରେ ଖେଳାଯାଉଥିଲା,ରାଜଗାଙ୍ଗପୁର ଅଥଲେଟିକ ଆସୋସିଏସନ ଏବଂ ଟେନିସ କ୍ରିକେଟ ଆସୋସିଏସନ ମିଲିତ ଆନୁକୂଲ୍ୟରେ ଆଜି ୮ ଓଭର ବିଶିଷ୍ଟ ମ୍ୟାଚ ଖେଳା ଯାଇଥିଲା । ଆଜିର ମ୍ୟାଚରେ ବୟସ ସୀମା କିଛି ନ ଥିଲା,୫ବର୍ଷ ରୁ ଉର୍ଦ୍ଧ୍ବ ୮୦ ବର୍ଷ ପର୍ଯ୍ୟନ୍ତ ଲୋକମାନେ ଭାଗ ନେଇ ପାରିବେ ବୋଲି ଆୟୋଜକ କହିଥିଲେ। ୧୨-୧୨ ଖେଳାଳୀ କୁ ନେଇ ଦୁଇ ଟିମର ବିଜେତା ଓ ଉପବିଜେତା ଟ୍ରଫି ସହ ସମସ୍ତଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here