ସୁନ୍ଦରଗଡ ଠାରେ ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆଜି ତା ୧୦.୦୧.୨୦୨୧ ରିଖ ସମୟ ଅପରାହ୍ନ ୪.୩୦ ଘଟିକା ସମୟରେ ସ୍ଥାନୀୟ ମାଦ୍ରୀକାଲୋ ଭଵନ ଠାରେ ବିଜୁ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସୁନ୍ଦରଗଡ ଠାରେ ଆୟୋଜିତ ଯୁବ ଛାତ୍ର ନେତୃତ୍ବ ସମ୍ମିଳନୀରେ ଧର୍ମଶାଳା ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତ ରାୟ, ସୁନ୍ଦରଗଡ଼ ଜ଼ିଲ୍ଲା ର ମୁଖ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ବ୍ୟୋମକେଶ ରାଏ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ବାଙ୍କୀ ଶ୍ରୀ ଦେବି ରଞ୍ଜନ ତ୍ରିପାଠୀ ମହୋଦୟ ସମେତ ସୁନ୍ଦରଗଡ଼ ଜ଼ିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ ଯୋଗଦେଇଥିଲେ l ଆଜି ଏହି କାର୍ଯ୍ୟକ୍ରମକୁ ଏତେ ସୁନ୍ଦର ଓ ଶୃଙ୍ଖଳା ର ସହ ଆୟୋଜିତ କରିଥିବାରୁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଓ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତ ସୁନ୍ଦରଗଡ ବାସୀଙ୍କୁ ଦଳ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here