ଜନ୍ମଦିନ ପାଳନ ସମୟରେ ଘଟିଲା ଅଘଟଣ ;ଯୁବକଙ୍କ ଲୁହାଛଡ ଆକ୍ରମଣରେ ଚାଲିଗଲା ଜୀବନ :ସୁନ୍ଦରଗଡ଼

ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି ସ୍ଥିତ କଦମଟୋଲୀ ବସ୍ତିରେ ଶନିବାର ରାତିରେ ଘଟିଯାଇଛି ଏକ ମର୍ମନ୍ତୁଦ ଅଭାବନୀୟ ଘଟଣା । କଦମଟୋଲୀ ବସ୍ତିରେ ଜନୈକ ବ୍ୟକ୍ତିଙ୍କ ଘରେ ଜନ୍ମଦିନ ପାଳନ ଅବସରରେ ନାଚଗୀତ ଚାଲୁଥିବା ସମୟରେ କୌଣସି କାରଣ ନେଇ ଉକ୍ତ ବସ୍ତିର ଜୁଏଲ ସୁରୀନ (୪୦) ଓ ସୁଜନ ସୁରୀନ (୪୧) ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ । ଏଥିରେ ଉତ୍କ୍ଷୀପ୍ତ ହୋଇ ସୁଜନ ଏକ ଲୁହା ଛଡରେ ବାରମ୍ବାର ଜୁଏଲଙ୍କ ମୁଣ୍ଡରେ ଆଘାତ କରିଥିଲା । ଏହା ସହିତ ଘଟଣାସ୍ଥଳରୁ ଅନ୍ୟ ସ୍ଥାନକୁ ଘୋଷାଡି ନେଇଥିଲା । ଏଥିରେ ଜୁଏଲ ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ବରଣ କରିଥିଲେ ଜୁଏଲ । ଖବର ପାଇ ହାତୀବାରି ଥାନା ଅଧିକାରୀ ଏଚ କେ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଏ ନେଇ ହାତୀବାରୀ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here