ସବଡେଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ରାସ୍ତା କଡରେ ଥିବା ବରଗଛକୁ ପିଟିଲା ବୋଲେରୋ ଜଣେ ମୃତ ଛଅ ଜଣ ଗୁରୁତର : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗା ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ୩୧ ନମ୍ବର ରାଜ୍ୟ ରାଜପଥରେ ଏକ ବରଗଛକୁ ପିଟିଲା ବୋଲେରୋ । ଏହି ଦୁର୍ଘଟଣାରେ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିବାବେଳେ ୬ ଜଣ ଅତ୍ୟନ୍ତ ଗୁରୁତର ଅବସ୍ତାରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ଝାରସୁଗୁଡାର ଗୋଟେ ପରିବାରର ୧୭ ଜଣ ତିନୋଟି ଗାଡ଼ି ଯୋଗେ ଝାରସୁଗୁଡ଼ାରୁ ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ନିକଟସ୍ତ କନାକୁଣ୍ଡ ସ୍ଥିତ ସାତ ବଖରାକୁ ବଣଭୋଜି କରିବାକୁ ଯାଉଥିଲେ। ସବୁଠୁ ଆଗରେ ଥିବା ବୋଲେରୋ ଓ ଆର -୧୪-ଜେ ୬୪୪୦ ଟି ଭାରସ୍ୟାମ ହରାଇ ସବଡେଗା ପହଁଞ୍ଚିବା ପୂର୍ବରୁ ଏକ ବରଗଛରେ ଧକ୍କା ହୋଇଥିଲା ।ଘଟଣା ସମ୍ପର୍କରେ ସବଡେଗା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖବରପାଇ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ସବଡେଗା ଡାକ୍ତରଖାନା ୍କ ନେଇଥିଲେ ସେଠାରେ ଉକ୍ତ ଗାଡ଼ିର ଚାଳକ ବିଟ୍ଟୁ ମହାରାଜଙ୍କୁ ଡାକ୍ତର୍ ମୃତ ଘୋଷାଣା କରିଥିଲେ ଓ ଗୁରୁତର ମାନଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଇ ଥିଲେ। ଗୁରୁତର ମାନେ ହେଲେ ପ୍ରଦୀପ ମୋରେ(୪୦),କୁନାଲ୍ ମୋରେ(୧୪),କୈଲାସ ମୋରେ(୫୦),ରୋଶ୍ନି ମୋରେ, ଖୁଶି ଆଗ୍ରୋଆଲ୍ (୨୦),ଦିଶା ଆଗ୍ରୋଆଲ୍(୧୮)।ତଳସରା ପୋଲିଶ ଘଟଣା ସମ୍ପର୍କରେ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ଡାକ୍ତରଖାନାକୁ ପଠେଇଥିବା ଜଣାପଡିଛି। ଏ ନେଇ ତଲସେରା ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here