କୋଏଲ ନଦୀରେ ଭାସି ଯାଇଥିଲେ ଦୁଇ ଯୁବକ , ଜଣେ ଚିକିତ୍ସିତ ଅନ୍ୟ ଜଣେ ନାବାଳକ ମୃତ :

ମୃତ୍ୟୁ ଏମିତି ବି ଆସେ । ଘରୁ ବାହାରି ପରିବାର ଓ ସାଙ୍ଗ ସାଥିଙ୍କ ମେଳରେ ବଣଭୋଜି ପାଇଁ ଯାଇଥିବା ବେଳେ ଖୁସିଟା ଶୋକରେ ପରିଣତ ହୋଇ ଘରକୁ ଫେରେ ଶବ ବା ମୃତ୍ୟୁ ହୋଇଥିବା ସୂଚନା ଆସେ ନାବାଳକର । ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ କୋଏଲ ନଦୀର ତେତେରକେଲା ଘାଟରେ । ରାଉରକେଲା ସ୍ଥିତ ଟିମ୍ବର କଲୋନୀର କିଛି ଲୋକ ବଣଭୋଜି ପାଇଁ ପରିବାର ଲୋକଙ୍କ ସହ ବିଶ୍ରା ଥାନା ଅନ୍ତର୍ଗତ କୋଏଲନଦୀର ତେତେରକେଲା ଘାଟକୁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ଭାସିଯାଇଥିଲେ ଜଣେ ଯୁବକ ଦୀପକ ଖରୁଆଲ (୨୫) ଓ ଜଣେ ନାବାଳକ ଡିକି ଶର୍ମା (୧୭) । ତେବେ ଗ୍ରାମବାସୀ ନଦୀକୁ ଡେଇଁ ଉଦ୍ଧାର କରିଥିଲେ ଦୀପକ ଖରୁଆଲଙ୍କୁ ଏବଂ ପ୍ରଥମେ ଆରଜିଏଚ ପରେ ଏବେ ଆଇଜିଏଚରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ତେବେ ପାଇ ନ ଥିଲେ ନାବାଳକକୁ । ସଙ୍ଗେସଙ୍ଗେ ଖବର ଦେଇଥିଲେ ବିଶ୍ରା ଅଗ୍ନିଶମ ବିଭାଗକୁ । ଅଗ୍ନିଶମ ବିଭାଗ ଆସି ଅକ୍ଲାନ୍ତ ପରିଶ୍ରମ କରିବାରୁ ନାବାଳକର ମୃତ ଶରୀର ଉଦ୍ଧାର ହୋଇଥିଲା ନଦୀ ଭିତରୁ । ଖବର ପାଇ ଘଟଣାସ୍ଥଳରେ ବିଶ୍ରା ପୋଲିଶ ପହଞ୍ଚି ଶବକୁ ଜବତ କରିଛି ।

ଆସନ୍ତା କାଲି ମୃତ ନାବାଳକର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏ ନେଇ ବିଶ୍ରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପ୍ରଶାସନକୁ ନିବେଦନ କରିଛି ବୁଦ୍ଧିଜିବୀ ମହଲ ଯେ ଏହି ବିଭିନ୍ନ ନଦୀ ଓ ଡେମକୁ ବଣଭୋଜି ପାଇଁ ଯାଇ ମୃତ୍ୟୁ ବରଣ କରୁଥିବାରୁ ଏହାକୁ ବନ୍ଦ କରିବାକୁ ବ୍ୟବସ୍ଥା କରାଯାଉ । ଜିଲ୍ଲା ପ୍ରଶାସନ ଏହା ଉପରେ ବିଶେଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here