ବିଜେଡି ଯୁବ-ଛାତ୍ର ନେତୃତ୍ୱରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ : ସୁନ୍ଦରଗଡ଼

ଆଜି ଓଡିଶାର ଯୁବ ଓ ଛାତ୍ର ସଂଗଠନର ମୁଖ୍ୟ ପୁରୋଧା ମାନେ ରାଉରକେଲା ଆସିଛନ୍ତି । ଏହି ଅବସରରେ ରାଉରକେଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ମାନେ ସେକ୍ଟର ୧୬ ଦୁର୍ଗା ପୂଜା ପଡିଆରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛ | ଏହି ରକ୍ତ ଦାନ ଶିବିରକୁ ଉଦଘାଟନ କରିଛନ୍ତି- ଶ୍ରୀ ପ୍ରୀତିରଞ୍ଜନ ଘଡେଇ(ମାନ୍ୟବର ବିଧାୟକ ସୁକିନ୍ଦା ଓ ପର୍ଯବେକ୍ଷକ ସୁନ୍ଦରଗଡ ସାଙ୍ଗଠନିକ ଜିଲ୍ଲା) ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟ(ମାନ୍ୟବର ବିଧାୟକ ଧର୍ମଶାଳା) ଡଃ.ବ୍ୟୋମକେଶ ରାୟ(ମାନ୍ୟବର ବିଧାୟକ ଚାନ୍ଦବାଲି ତଥା ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି)ଶ୍ରୀଯୁକ୍ତ ଦେବୀରଞ୍ଜନ ତ୍ରିପାଠୀ(ମାନ୍ୟବର ବିଧାୟକ ବାଙ୍କୀ ତଥା ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି) ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ (ମାନ୍ୟବର ବିଧାୟକ ରାଉରକେଲା ଓ ସୁନ୍ଦରଗଡ଼ ଜ଼ିଲ୍ଲା ସଭାପତି ) ଶ୍ରୀଯୁକ୍ତ ସୁବ୍ରତ ତାରାଇ (ମାନ୍ୟବର ବିଧାୟକ ରାଉରକେଲା ରଘୁନାଥପାଲ୍ଲୀ) ।
ଆପଣ ମାନଙ୍କୁ ବିନମ୍ର ଅନୁରୋଧ ଆପଣମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବହୁ ସଂଖ୍ୟାରେ ରକ୍ତ ଦାନ କରିବା ସହ ରକ୍ତ ହୀନତାକୁ ଦୂର କରିବାକୁ ଆହ୍ବାନ ଦେଇଥିଲେ ବରିଷ୍ଠ ନେତା ଓ ବିଧାୟକ ଗଣ । ଆଜିର ଏହି ମେଗା ରକ୍ତଦାନ ଶିବିରରେ ୩୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଯୋରଦାର ଆୟୋଜନ ଚାଲିଛି । ବିଜେଡି ଯୁବ-ଛାତ୍ର ଦଳ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଆନ୍ତରିକତାର ସହିତ ସହଯୋଗ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here