ରାସ୍ତା କଡରୁ ଶବ ଉଦ୍ଧାର, ହତ୍ୟା ସନ୍ଦେହ : ସୁନ୍ଦରଗଡ଼

ପୁ୍ନଶ୍ଚ ଜୈନେକ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି ଗ୍ରାମ୍ୟ ରାସ୍ତା କଡରୁ I ସନ୍ଦେହ ହେଉଛି ହତ୍ୟାର I କୌଣସି କାରଣକୁ ନେଇ ମତାନ୍ତର ହେବା ପରେ ବିଳମ୍ବିତ ରାତିରେ ହତ୍ୟା କରି ରାସ୍ତା କଡରେ ଫୋପାଡି ଦେଇଥିବା ପରିଲକ୍ଷିତ ହୋଇଛି l ଏଭଳି ଏକ ମର୍ମନ୍ତୁଦ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଭାଲୁଲତା ଗ୍ରାମର ପାତ୍ରା ଟୋଲି ବସ୍ତିରେ I ରାସ୍ତା କଡରେ ପଡି ରହିଥିଲା ମୃତ ଦେହ, ବେକରେ ରସି ବାନ୍ଧି ହତ୍ୟା କରିଥିବାର ଜଣାପଡିଛି l ଆଜି ଭୋର ସମୟରେ ପାତ୍ରା ଟୋଲି ବସ୍ତି ବାସିନ୍ଦା ରାସ୍ତା କଡରେ ଜୈନେକ ବ୍ୟକ୍ତିଙ୍କ ଶବ ପଡିରହିଥିବା ଦେଖି ରାଏବୋଗା ପୋଲିଶକୁ ସୂଚନା ଦେଇଥିଲେ l ଖବର ପାଇ ରାଏବଗା ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ କରିବାରୁ ଜଣାପଡିଥିଲା ଯେ ମୃତ ବ୍ୟକ୍ତି ଭାଲୁଲତା ଗ୍ରାମର ବାସିନ୍ଦା ଅନୁରଞ୍ଜନ ବିଲୁଙ୍ଗ(୪୫) ବୋଲି l ଗ୍ରାମ ବାସୀଙ୍କ ଜରିଆରେ ତାଙ୍କ ସ୍ତ୍ରୀ କାର୍ମୀଲା ବିଲୁଙ୍ଗଙ୍କୁ ଘଟଣାସ୍ଥଳକୁ ଡକାଇ ମୃତ ଦେହକୁ ଦେଖାଇବାରୁ ମୋ ସ୍ୱାମୀ ବୋଲି ଚିହ୍ନିତ କରିଥିଲେ l ପରିଚୟ ପାଇବା ପରେ ପୋଲିଶ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି l ଏ ନେଇ ରାଏବୋଗା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here