ଜଟାଵାଲ ଧାନ ମଣ୍ଡି ପରିଦର୍ଶନ କଲେ ବିଜେପି କର୍ମକର୍ତ୍ତା, ଚାଷୀ ସମସ୍ଯାର ସମାଧାନ ଉପରେ ଦେଲେ ଗୁରୁତ୍ବ : ନବରଙ୍ଗପୁର


ଡ଼ାବୁଗାଁ : ନବରଙ୍ଗପୁର ଜିଲ୍ଲା ପପାପଡାହାଣ୍ଡି ବ୍ଲକ ଜଟାବାଲ ଗ୍ରାମପଞ୍ଚାୟତ ଜାମଗୁଡା ଛକ ରାଜ୍ଯ ରାଜପଥ-୩୯ ପାର୍ଶ୍ୱରେ ଥିବା ପଡିଆରେ ଜଟାବାଲ ଧାନ ମଣ୍ଡି ଚାଲୁ ରହିଥିବାବେଳେ ଵିଜେପିର କର୍ମ କର୍ତ୍ତା ମଣ୍ଡିରେ ପହଞ୍ଚି ପରିଦର୍ଶନ କରି ଚାଷୀମାନଙ୍କ ସମସ୍ଯା ଉପରେ ଗୁରୁତ୍ୱ ଦେଇଥିଲେ।ମଣ୍ଡିରେ ଉପସ୍ଥିତ ରହି ଚାଷୀ ମାନଙ୍କ ଧାନର ମାନ ପରୀକ୍ଷା ଵରିଷ୍ଟ ବଜ଼ାର ପରିଦର୍ଶକ ରାଜେନ୍ଦ୍ର କୁମାର ମିଶ୍ର,ପପଡାହାଣ୍ଡି ଲ୍ୟାମ୍ପ୍ସ୍ ପ୍ରରିଚାଳନା ନିର୍ଦେଶକ ଇସ୍ମାଇଲ ସନଫୁଲ,ମିଲର୍ସ,ଚାଷୀ ଓ ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।ଚାଷୀମାନଙ୍କୁ ଉଚିତ୍ ମୂଲ୍ଯ ଯେପରି ପାଇଵେ,କୁଇଣ୍ଟାଲ ପିଛା ଧାନ ୫କିଲୋ ନ କାଟିବା,ଧାନ ବସ୍ତାର ସଠିକ ମୂଲ୍ୟ ପ୍ରଦାନ କରାଇବା ଉପରେ ଗୁରୁତ୍ୱ ଦେଇ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଆଜି ଡାବୁଗାଁ ନିକଟବର୍ତ୍ତୀ ରାଉଲିଗୁଡା ଗ୍ରାମର ଚାଷୀ ପୀତବାସ ଙ୍କ ଧାନ ପରିକ୍ଷା କରିଥିଲେ।ଧାନ ପରୀକ୍ଷାରେ ଉନ୍ନତ୍ତ ମାନର ଧାନ ଉକ୍ତ ଚାଷୀର ହୋଇଥିବାରୁ ସମସ୍ତେ ଖୁସି ହୋଇଥିଲେ।ଉକ୍ତ ମଣ୍ଡି ପରିଦର୍ଶନ ରେ ବିଜେପି ରାଜ୍ୟ ଉପ-ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ପିଜେପି ସଭାପତି ଜଗଦୀଶ ବିଶୋଇ,ଜିଲ୍ଲା ଉପ୍-ସଭପତି ଜୟନ୍ତ କୁମାର ପାତ୍ର,ବରିଷ୍ଠ ନେତା କୈଳାସ ପାଣିଗ୍ରାହୀ,ଦାମୋଦର ପ୍ରଧାନ,ଡାବୁଗାଁ ମଣ୍ଡଳ ସଭାପତି ରାଜ ଶେଖର,ପାପଡାହାଣ୍ଡି ମଣ୍ଡଳ ସଭାପତି ଖେତ୍ରମୋହନ୍ ପାତ୍ର ପ୍ରମୁଖ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ରାଜ୍ୟ ଉପ ସଭାପତି ଶ୍ରୀ ମାଝୀ ଓ ଜିଲ୍ଲା ସଭାପତି ଶ୍ରୀ ବିଶୋଇ ଙ୍କ ଦୁଇଟି ଦାବି କୁ ସମଧାନ ଦିଗରେ କାର୍ଯ୍ୟ କାରି କରିବାକୁ ସମସ୍ତେ ସହମତି ଦେଇ ଥିଲେ।ଯଦି ଆଗାମୀ ଦିନରେ କାର୍ଯ୍ୟ କାରୀ ନ୍ ହୁଏ,ତେବେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ।ମଣ୍ଡି ପ୍ରାଙ୍ଗଣ ଟି ଚାରି ଆଡ଼ ଖୋଲା,ଧାନ ରଖାଜିବା ପାଇଁ ଖଳା,ଚାଷୀମାନେ ବସିବାପାଇଁ ସ୍ଥାନ, ପାନୀୟ ଜଳର ବ୍ୟବସ୍ତା,ପ୍ରାଙ୍ଗଣ ଚାରି ପଟ ବାଉଣ୍ଡାରୀର ବ୍ୟବସ୍ତା ନ ଥିବା ନେଇ ଅସନ୍ତୋସ ଓ କ୍ଷୋଭ ପ୍ରକାଶ କରିଥିଲେ।


ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here