ଧାନଗଦା ପୋଡି,୬୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ : କେନ୍ଦ୍ରାପଡା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମହନପୁର ପଞ୍ଚାୟତ ମଙ୍ଗଳପଡା ଗ୍ରାମର ବାବାଜୀ ଦାସଙ୍କ ଅଣ୍ଟାଭେଡି ଠାରେ ଥିବା ଧାନ ଗଦାରେ ଶନିବାର ମଧ୍ୟାହ୍ନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୬୦ ହଜାର ଟଙ୍କାର ଧାନ ପୋଡି ନଷ୍ଟ ହୋଇଥିବା ଆକଳନ କରାଯାଇଛି। ସେହି ଗ୍ରାମର ଅନ୍ୟଜଣେ ଚାଷୀ ଭେଡାଭିତରେ ଥିବା ନପାହିଆ ଖଳାରୁ କୁଟା ଆଣୁଥିଲେ। କିନ୍ତୁ ମଧ୍ୟାହ୍ନରେ ସେହି ଖଳାରେ ନିଆଁ ଲାଗି ଯାଇଥିଲା। ପଡିଥିବା କୁଟାରେ ନିଆଁ ଆସି ବାବାଜୀଙ୍କ ଧାନଗଦାରେ ଲାଗିଯାଇଥିଲା। ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ କରିଥିଲେ।ଏବଂ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହୀନିକୁ ଜଣାଇଥିଲେ। ଅଗ୍ନିଶମ ବାହୀନି ଅଗ୍ନିକାଣ୍ଡ ସ୍ଥଳରେ ପହଁଞ୍ଚାଇବା ବେଳକୁ ୨ ଏକର ଜମିର ବଡ ଧାନଗଦାଟି ଜଳି ପାଉଁଶ ହୋଇଯାଇଥିଲା। ଧାନଗଦା ପୋଡିଯିବା ଫଳରେ ବାବାଜୀଙ୍କ ପରିବାର ବେସାହାରା ହୋଇ ପଡିଛନ୍ତି। ଗରିବ ଚାଷୀ ବାବାଜୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ମଙ୍ଗଳପଡା ଗ୍ରମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି।

କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ପ୍ରିୟବ୍ରତ ଓଝା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here