ମାଉସି ମା ମନ୍ଦିର ସମୁଖ ରେ ପୋଲିସ ର ଗୁଣ୍ଡଗିରି : ପୁରୀ

ପୁରୀ ରେ ଗରିବ ଲୋକଙ୍କ ପାଇଁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରିବା ନିମନ୍ତେ ଏକ ସାମାଜିକ କାର୍ଯ୍ୟକ୍ରମ ବଳଗଣ୍ଡି ମାଉସି ମା ମନ୍ଦିର ସମୁଖ ରେ କରାଯାଉଥିବା ବେଳେ ହଠାତ ୫୦ରୁ ଉର୍ଧ୍ଵ ପୋଲିସ ଏବଂ ଟାଉନ ଥାନା ଓ କୁମ୍ଭାରପଡ଼ା ଥାନା ଆରକ୍ଷୀ ଅଧିକାରୀ ଜୋର ଜବରଦସ୍ତି ସାମାଜିକ କାର୍ଯ୍ୟକ୍ରମ ଠାରୁ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଯୁବ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବ୍ରହ୍ମଗିରି ଯୁବନେତା ମାନସ ପରିଡା, ପୁରୀ ସଦର ଯୁବ ନେତା ଆଦିତ୍ୟ କୁମାର , ଛାତ୍ର ନେତା ରଜନାରାୟଣ ରଥ, ରୁଦ୍ର ପ୍ରତାପ ଦାଶ, ମାଧବ ପତ୍ର, ରଞ୍ଜନ ମହାପାତ୍ର ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ଜୋରଜବରଦସ୍ତ ଆରେଷ୍ଟ କରିଲେ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆଗମନ ରେ ପୋଲିସ ର ଗୁଣ୍ଡାରାଜ ଏଭଳି ଗୁଣ୍ଡାରାଜ କୁ ଛାତ୍ର ଏବଂ ଯୁବ କଂଗ୍ରେସ ଘୃଣା କରିବା ସହ ଧର୍ମେନ୍ଦ୍ର ପ୍ରଧାନ ଜଣେ ଡର ଖୁରା କେନ୍ଦ୍ର ମନ୍ତ୍ରୀ ବୋଲି ଜଣାଗଲା ଆଗୁଆ ପୋଲିସ କୁ ଗୁଣ୍ଡା ସଜେଇ କେନ୍ଦ୍ର ମନ୍ତ୍ରୀ ପଠେଇବା ଅର୍ଥ କେନ୍ଦ୍ର ମନ୍ତ୍ରୀ ନିଜ ଭୁଲ ଜାଣିପାରୁଛନ୍ତି | ପେଟ୍ରୋଲ ଦର ବୃଦ୍ଧି ଗରିବ ଓ ମଧ୍ୟବିତ ପରିବାର ଙ୍କ ମୁଣ୍ଡବିନ୍ଧା ର କାରଣ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନିଜକୁ ସ୍ଵଛ ଦେଖେଇବା ପାଇଁ ପୋଲିସ କୁ ଗୁଣ୍ଡା ସଜେଇ ଛାଡିଛନ୍ତି ଏବଂ ଆମର ସାମାଜିକ କାର୍ଯ୍ୟକ୍ରମ କୁ ଭଣ୍ଡୁର କରିଲେ | ଧର୍ମେନ୍ଦ୍ର ପ୍ରଧାନ ଏବଂ ପୋଲିସ ର ଗୁଣ୍ଡାରାଜ କୁ ଘୃଣା କରିବା ସହ ଅତ୍ୟନ୍ତ ନିନ୍ଦା କରୁଛୁ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here