ରାଜ୍ୟସ୍ତରୀୟ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ କାର୍ଯ୍ୟକ୍ରମ : ପୁରୀ

ରାଜ୍ୟର ଅନ୍ୟତମ ଅଗ୍ରଣୀ ସାହିତ୍ୟିକ ତଥା ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ କାର୍ଯ୍ୟକ୍ରମ ଆଜି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୁରୀସଦର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମlନିତ ଅତିଥି ଭାବରେ ପ୍ରୟାସ ଅନୁଷ୍ଠାନର ସମ୍ପାଦକ ପ୍ରଦୁମ୍ନ କୁମାର ମିଶ୍ର , E 24 ମେଡ଼ିକାଲରଭି ନିର୍ଦେଶକ ରାଜେଶ କୁମାର ମିଶ୍ର , ଅନୁଷ୍ଠାନର ଉପଦେଷ୍ଟା ଅନାମ ଚନ୍ଦ୍ର ସାହୁ ଏବଂ ସାମ୍ବାଦିକ ସଞ୍ଜୀବ ରଥଶର୍ମା ପ୍ରମୁଖ ଯୋଗଦାନ କରି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସଭାକାର୍ଯ୍ୟ ପାରମ୍ଭରେ କବି ଶିବସୁନ୍ଦର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ବାଦିକ ସଞ୍ଜୀବ ରଥଶର୍ମା ସ୍ୱାଗତ ଭାଷଣ ପଦାନ କରି ସଭା ପରିଚାଳନା କରିଥିଲେ ।
ଅନୁଷ୍ଠାନର ଏପରି ରାଜ୍ୟସ୍ତରୀୟ ସମ୍ମାନ କାର୍ଯ୍ୟକ୍ରମକୁ ଅତିଥି ଭୂୟସୀ ପ୍ରଶଂସା କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେବ ବୋଲି ଅତିଥିଗଣ ନିଜ ନିଜର ଅଭିଭାଷଣରେ ମତବ୍ୟକ୍ତ କରି କହିଥଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନିୟ ଅବଦାନ ପାଇଁ କଟକ scb ମେଡ଼ିକାଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ଼ ସିଦ୍ଧାର୍ଥ ଦାସ , ଗଞ୍ଜାମ ଜିଲ୍ଲାର ସମାଜସେବୀ ଟି ସତ୍ୟନାରାୟଣ ପାତ୍ର , ଭୁବନେଶ୍ୱର ଆମୀର ମେଡ଼ିକାଲ ର ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ ସିଦ୍ଧାର୍ଥ ସାହୁ , ଆନ୍ତଜାତିକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ତଥା ତାଵଲା ବାଦକ ଗୁରୁ ଶଙ୍କର ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରୀକ୍ଷେତ୍ର ସୌରଭ ସମ୍ମାନରେ ଅତିଥିଗଣ ସମ୍ମlନିତ କରିଥିଲେ । ସେହିପରି ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ଚିତ୍ରlଙ୍କନ ପତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରସତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରେ ପରେ କବି ଶିବ ପ୍ରସାଦ ମିଶ୍ର ଏବଂ ସାହିତ୍ୟକ ଅନାମ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ରର ସୁନାମଧନ୍ୟ କବି ଓ କବୟିତ୍ରୀ ମାନେ ସ୍ୱରଚିତ କବିତା ମାନ ପାଠ କରିଥିଲେ । ଏହାପରେ କୃଷ୍ଣମଣୀ ଓଡ଼ିଶୀ ନୃତ୍ୟକଳା ଅନୁଷ୍ଠାନର କଳାକାର ମାନଙ୍କ ପକ୍ଷରୁ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦିକ ସଞ୍ଜୀବ କୁମାର ରଥଶର୍ମା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରଦୁମ୍ନ ମିଶ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here