କବି ଅଶୋକ ରଥଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା : ଗଞ୍ଜାମ

ବୁଗୁଡା ,୧୦/୦୧, (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) :ବାଲିପଦର ନିକଟସ୍ଥ ସଦାଶିବପୁର ଶାସନର ବରିଷ୍ଠ ସାହିତ୍ୟିକ, କବି ଅଶୋକ ରଥଙ୍କ ଏକାଦଶାହରେ “ଘୁମୁସର ର ସ୍ୱର” ବାଲିପଦର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ପ୍ରତିଷ୍ଠାନର ସଭାପତି ଡଃ. ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ସର୍ବଶ୍ରୀ କବି ଅନନ୍ତ କର, ଖଲି ପରିଡା, ନିଳାଞ୍ଚଳ ପାତ୍ର, ସୂର୍ଯ୍ୟ ସାମନ୍ତରା, ରାଜେନ୍ଦ୍ର ପଣ୍ଡା, ସନ୍ତୋଷ ସେଠୀ ଓ କୈଳାସ ପ୍ରଧାନ ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସ୍ୱର୍ଗତ ରଥ ଜଣେ ଆଦର୍ଶ ଶିକ୍ଷକ ଥିବା ସହ “ଘୁମୁସର ର ସ୍ୱର” ପ୍ରତିଷ୍ଠାନର ଜଣେ ସକ୍ରୀୟ ସଦସ୍ୟ ଥିଲେ। ତାଙ୍କର ବହୁ ସାହିତ୍ୟ କୃତି ପୁସ୍ତକ ଆକାରରେ ଲୋକପ୍ରିୟତା ହାସଲ କରିଛି । ଗତ ଡିସେମ୍ବର ୨୭ ତାରିଖ ଦିନ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ମେଡିକାଲରେ ମାତ୍ର ୫୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ । ବାଲିପଦର ଅଞ୍ଚଳ ଏକ ସୁନାମଧନ୍ୟ ଶିକ୍ଷକ ତଥା ସାହିତ୍ୟିକଙ୍କୁ ହରାଇଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ପରିଶେଷରେ ସଂପାଦକ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here