ଯୁବନେତା ସମାଜସେବୀ ଆଲୋକ କୁମାର ଦାଶ ଙ୍କ ବସ୍ତ୍ର ବଣ୍ଟନ : ପୁରୀ

ପୁରୀ ସହରରେ ପ୍ରାୟ ୭ଟି ବସ୍ତି ଏଠାରେ ସହ ସହ ଅସହାୟ ଗରିବ ବାସ କରୁଛନ୍ତି କିଏ ଖାଦ୍ୟ ପାଇଁ ଲଢ଼ୁଛି ତା କିଏ ବସ୍ତ୍ର ହୀନ | ଏହାକୁ ନଜର ରଖି ୨୦୨୧ ନୂତନ ବର୍ଷ ର ପ୍ରଥମ ସପ୍ତାହ କୁ ଗରିବ ଙ୍କ ଉଧେଶ୍ୟ ରେ ବସ୍ତ୍ର ସଂଗ୍ରହ ସପ୍ତାହ ପୁରୀ ଜ଼ିଲ୍ଲା ଯୁବନେତା ସମାଜସେବୀ ଆଲୋକ କୁମାର ଦାଶ ଆରମ୍ଭ କରିଥିଲେ | ପ୍ରଥମ ସପ୍ତାହ ରେ ବହୁତ ସାରା ସୋସିଆଲ ମେଡିଆ ଜରିଆରେ ପ୍ରଚାର କରିବାରୁ ୧୦୦ରୁ ଉର୍ଧ୍ଵ ସହୃଦୟ ବ୍ୟକ୍ତି ବିଶେଷ ଗଣ ନିଜ ଘର ପରିବାର ର ପୁରୁଣା ବସ୍ତ୍ର ଗୁଡିକୁ ସଫା କରି ଆଣି ଆମ ପାଖରେ ପହଞ୍ଚାଇଥିଲେ | ତା ୯.୦୧.୨୦୨୧ ରିଖ ଦିନ ବଳଗଣ୍ଡି ଛକ ସ୍ଥିତ ମାଉସି ମା’ ମନ୍ଦିର ସମୁଖ ରେ ସମାଜସେବୀ ଆଲୋକ କୁମାର ଦାଶ, ବସ୍ତି ନେତା ସମାଜସେବୀ ମନୋଜ ମଣ୍ଡଳ, ଯୁବ ସମାଜସେବୀ ବିଭୁ ରଥ, ଛାତ୍ର ନେତା ଆଶୁତୋଷ ମିଶ୍ର, ଅନିଲ ବେଜ, ପୁରୀ ସଦର ସମାଜସେବୀ ଆଦିତ୍ୟ କୁମାର, ଙ୍କ ସହ ପୁରୀ ସହର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହି ଭାଇ ର କର୍ମକର୍ତା, ରାଧିକା ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ଏବଂ ଯୁବ ସମାଜସେବୀ ବିଶ୍ବସାନ୍ତି ତ୍ରିପାଠୀ, ନିହାରିକା ତ୍ରିପାଠୀ, ସବିତା ମଲ୍ଲିକ, ଦୀପିକା ମିଶ୍ର ଙ୍କ ସହଯୋଗ କ୍ରମେ ନୀରଦଳୀୟ ଅସହାୟ ଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ ର ଆଜି ପ୍ରଥମ ଦିନ ରେ 300 ଜଣ ଙ୍କୁ ଖାଦ୍ୟ ସହ ଅସହାୟ ବସ୍ତ୍ର ହୀନ ଙ୍କୁ ପୁରୁଣା ବସ୍ତ୍ର ବଣ୍ଟନ କରାଯାଇଥିଲା | ଯୁବ ସମାଜସେବୀ ଆଲୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଛନ୍ତି ଇଟାଲୀ ର ନାଗରିକ ଆର୍ଲଫ୍ରେଡୋ ରୋମ୍ବୋଲା ସହଯୋଗ ର ହାତ ବଢ଼େଇଥିବାରୁ ତାଙ୍କୁ ପୁରୀ ସହର ର ସମସ୍ତ ମହଲ ରୁ ଶୁଭେଚ୍ଛା ଜଣିଆ ଯାଇଛି | ଏହା ସହ ଆଲୋକ କହିଛନ୍ତି ଆମର ବିଭିନ୍ନ ସ୍ଥାନ ରେ ୪ଦିନ ଧରି ଏହି କ୍ୟାମ୍ପ ଅନୁଷ୍ଠିତ ହେବ ପୁରୁଣା ବସ୍ତ୍ର ଦାନ କରିବାକୁ ଚାଁହୁଥିଲେ ୭୯୭୮୯୧୨୭୨୩, ୮୨୪୯୭୮୨୦୫୧, ୯୩୪୮୮୪୧୫୮୪ ଏହି ନମ୍ବର ରେ କଲ କରି ଆପଣଙ୍କ ପୁରୁଣା ବସ୍ତ୍ର କୁ ସଫା କରି ଦେଇପାରିବେ | ଏହି କ୍ୟାମ୍ପ ଯୁବ ଦିବସ ଜାନୁଆରୀ ୧୨ତାରିଖ ପଯ୍ୟନ୍ତ ଚାଲିବ ଏବଂ ଅସହାୟ ଙ୍କୁ ସହଯୋଗ କରାଯିବ ବୋଲି ଆଲୋକ କହିଛନ୍ତି | ଏହା ସହ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଏହିଭଳି ଏକ ଷ୍ଟଲ ପୁରୀ ସହରରେ ସ୍ଥାଇ ପ୍ରତିଷ୍ଠା କରାଯାଉ ଯାହାଫଳରେ କେବେ ପୁରୀରେ କେହି ପାଗଳ ଠାରୁ ଭିକାରି ଏବଂ ଗରିବ ଅସହାୟ ଲୋକ ବିସ୍ତର ହୀନସ୍ତା ଭୋଗିବେ ନାହିଁ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here