ଅତିରିକ୍ତ ଜିଲାପାଳଙ୍କ ବସ୍ତି ବାସିନ୍ଦାମାନଙ୍କ ସହିତ ଆଲୋଚନା : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଉନ୍ନୟନ ପ୍ରାଧୀକରଣ ର ମିଳିତ ପ୍ରୟାସରେ ପ୍ରାୟ ୩୦୦୦ ସ୍ୱଳ୍ପ ଆୟଶ୍ରେଣୀ ଓ ଦୁର୍ବଳ ଶ୍ରେଣୀ ର ଵ୍ଯକ୍ତି ମାନଙ୍କୁ ସୁଲଭ ମୂଲ୍ଯରେ ଆବାସିକ ଗୃହ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆଵାସ ଯୋଜନା ମାଧ୍ଯମରେ ଏହି ଆଵାସିକ ଗୃହ ଯୋଜନା କୁ କାଯ୍ୟକାରୀ କରାଯାଉଛି। ଏହା ସହିତ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଉନ୍ନୟନ ପ୍ରାଧୀକରଣ ଇନ-ସିଟୁ ଡେଭଲପମେଣ୍ଟ ପ୍ରୋଜେକ୍ଟ ମାଧ୍ଯମରେ ସିଭିଲଟାଉନସିପ ର ଗୋପବନ୍ଧୁ ପାଲି ଓ ମଧୁସୂଦନ ପାଲି ରେ ଆବାସିକ ଗୃହ ର ନିମାର୍ଣ କରାଯାଉଛି। ଏହି ପରିପେକ୍ଷୀ ରେ ଆଜି ଅତିରିକ୍ତ ଜିଲାପାଳ ତଥା ଆରଡିଏ ସଚିବ ଶ୍ରୀମତୀ ଆବୋଲି ସୁନିଲ ନରୱଣେ ଉଦିତ ନଗର ନିକଟରେ ଥିବା ଖଡିଆ ବସ୍ତି ର ବସ୍ତୀ ବାସିନ୍ଦାମାନଙ୍କ ସହିତ ଆବାସିକ ଗୃହ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ । ସେମାନଙ୍କର ମନରେ ଥିବା ଦ୍ବଦ କୁ ଦୂର କରିଥିଲେ। ବସ୍ତି ରେ ଥିବା ପ୍ରାୟ ୯୦ ପରିବାରକୁ ଥଇଥାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ ମଧ୍ଯ କରିଥିଲେ। ଏହି ଆଲୋଚନା ରେ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ରାଉରକେଲା ତହସିଲଦାର ଶ୍ରୀ ଅଭିଜିତ ମହାନ୍ତ ଏବଂ ରାଜସ୍ବ ନିରୀକ୍ଷକ ରଘୁନାଥପାଲୀ ଶ୍ରୀ ଶ୍ରୀକାନ୍ତ ପାତ୍ର ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here