ବନ ବିଭାଗ ର ଅକ୍ଲାନ୍ତ ଚେଷ୍ଟା ପରେ ହେଟାବାଘକୁ ଉଦ୍ଧାର କରି ଜଙ୍ଗଲରେ ଛଡାଗଲା: ନବରଙ୍ଗପୁର

ଡାବୁଗାଁ: ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳର ଜଟାବାଲ ସେକସନ ଅଧୀନ କେନ୍ଦୁଗୁଡା ଜଙ୍ଗଲ ନିକଟରେ ଏକ ଗାତ ଭିତରେ ହେଟାବାଘ ଫସି ରହିଥିଲା | କେନ୍ଦୁଗୁଡା ଗ୍ରାମ ନିକଟ ଜଙ୍ଗଲ ପାଖରେ ଜଣେ ଗାଈ ଜଗୁଆଳି ଗାଈ ଚରାଇବା ପାଇଁ ନେଇଥିବା ସମୟରେ ସେଠାରେ ଏକ ହେଟା ବାଘ ଗତରେ ଦେଖିବା ପରେ ବନବିଭାଗ କୁ ସୂଚନା ଦେଇଥିଲା | ଏହି ବିଷୟକୁ ନେଇ ସେହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇ ଥିଲା | ସୂଚନା ପାଇ ନବରଙ୍ଗପୁର ଜିଲା ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ ଙ୍କ ନିର୍ଦେଶ କ୍ରମେ ପାପଡାହାଣ୍ଡି ମୃଗବିହାର ରେ ଥିବା ପଶୁ ଉଧାରକାରୀ ଦଳ ଏ. ମୋନଜଙ୍କ ନେତୃତ୍ଵ ରେ ୧୦ ଜଣିଆ ଟିମ ସହିତ ଡାବୁଗାଁ ବନ ବିଭାଗର ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ବନପାଳ ସ୍ଥିତି ପ୍ରଜ୍ଞା ତ୍ରିପାଠୀ ଓ ବନ ବିଭାଗ କର୍ମଚାରୀ ବାଘକୁ ଉଦ୍ଧାର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ | ପରିଶେଷରେ ରାତ୍ରି ପ୍ରାୟ ମଧ୍ୟ ରାତ୍ରିରେ ହେଟାବାଘଟିକୁ ଉଦ୍ଧାର କରାଯାଇଥିଲା | ଉଦ୍ଧାର ପରେ ହେଟାବାଘ ଟିକୁ ଡାକ୍ତରୀ ଚିକିତ୍ସା କରାଯାଇ ରାତ୍ରି ସମୟରେ ନିକଟସ୍ଥ ଜଙ୍ଗଲରେ ଛଡା ଯାଇଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here