କେନ୍ଦ୍ରାପଡାର ନୂର୍ତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଁଲେ ବହୁ ସାମ୍ବାଦିକଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ରାଜନେତା ।

କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ପୁରୀ ଜିଲ୍ଲାପାଳ ଭାବେ ବଦଳି ପରେ କେନ୍ଦ୍ରାପଡାର ନବ ନିଯୁକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜଙ୍କୁ ଆଜି ତାଙ୍କ ଗରାପୁର ସ୍ଥିତ ଆବାସିକ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଓ କେୱାଇଜେଏ ଏବଂ ସାଥୀରେ ପତ୍ରିକା ଫାଉଣ୍ଡେସନ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ଏଡିଏମ୍ ଏବଂ କେନ୍ଦ୍ରାପଡା ଜିଲ୍ଲାର ଏକ ଐତିହାସିକ ସମ୍ପର୍ଣ୍ଣ ଏବଂ ଅନନ୍ୟ ପର୍ଯ୍ୟଟ୍ଟନ ସ୍ଥଳୀର ମାନ୍ୟତା ପାଇଥିବା ସକ୍ଷୀବଟର ସଭାପତି ଶ୍ରୀଯୁକ୍ତ ନୀରଞନ ସାହୁ, ଓଡିଆ ଚଳଚ୍ଚିତ୍ର ପ୍ରଡ୍ୟୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ, ସାମ୍ବାଦିକ ରଞନ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବହୁ ସାମ୍ବାଦିକ ରାଜନେତା ଏବଂ ସମାଜସେବୀ ମାନେ ଭେଟି ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଜିଲ୍ଲାର ୪୭ତମ ଜିଲ୍ଲାପାଳ ଭାବେ ସ୍ୱାଗତ କରିଥିଲେ । ଏହି ଅବସରରେ ନୂର୍ତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବା ପ୍ରସଂଗ କ୍ରମେ କହିଥିଲେ ଯେ-ଆଗାମୀ ଦିନରେ ଜିଲ୍ଲାରେ ପଡି ରହିଥିବା ବହୁତ୍ ଗୁଡିଏ ଅଧୁରା କାର୍ଯ୍ୟ ଗୁଡିକୁ ପୂନ୍ନରାୟ ଆରମ୍ଭ କରିବା ସହିତ ସେ ପୌରସଂସ୍ଥା ଅଧିନରେ ହେଉକି ବ୍ଲକ୍ କିମ୍ବା ପାଞ୍ଚୟତ୍ ସ୍ତରରେ ହେଉ ସବୁଠି ଉନ୍ନତି ମୂଳକ କାର୍ଯ୍ୟ ଖୁବ୍ ଦୃର୍ତଗତିରେ ଆରମ୍ଭ କରାଯିବ ଏବଂ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ଆଗ ସମାଧାନ କରାଯିବା ପାଇଁ ସେ ନିଶ୍ଚିନ୍ତ ରୂପେ ଦୃଷ୍ଟିଦେବା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here