ପୁରୀରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ

ପୁରୀ- ତା. ୦୮.୦୧.୨୦୨୧- ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ପୁରୀ ସହରର ବଡଶଙ୍ଖ ବଜାର, ଗୁଣ୍ଡିଚା ମନ୍ଦିର, ସ୍ବର୍ଗଦ୍ବାର ଆଦି ଅଞ୍ଚଳରେ ଅଚାନକ ଚଢାଉ କରି ବିଭିନ୍ନ ଦୋକାନରୁ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ଆଜି ସଂଗ୍ରହ କରିଛନ୍ତି । ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କେନ୍ଦ୍ର, ତେଜରାତି, ଫଳ ଗୋଦାମ, ପନିପରିବା, ମିଠା, ରେସ୍ତରାଁ, ରାସ୍ତାକଡ ଜଳଖିଆ ଆଦି ଦୋକାନରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ କରିଛନ୍ତି । ଖାଦ୍ୟ ଅନୁପଯୋଗୀ ୧୦ କିଲୋଗ୍ରାମ ଖୁଆ ଓ ମିଠା, ୫ କିଲୋଗ୍ରାମ ବାସି ଖାଦ୍ଯକୁ ଜବତ କରିଵା ସହ ଏହି ଟିମ ନଷ୍ଟ କରିଛନ୍ତି । ଏଥିସହ ଏହି ଟିମ ବିଭିନ୍ନ ଦୋକାନରୁ ପନିର, ମଇଦା, ଅଟା, ଚିନି, ରିଫାଇନ ତେଲ ଆଦି ଖାଦ୍ୟ ସାମଗ୍ରୀର ମାନ ପରୀକ୍ଷା ପାଇଁ ୧୫ଟି ନମୁନା ସଂଗ୍ରହ କରିଛି । ଏହି ଟିମରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ବରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଶ୍ରୀ ଭ୍ରମରବର ଜେନା, ଶ୍ରୀ ସୁଶାନ୍ତ ଜେନା, ଶ୍ରୀ ଶକ୍ତି ପ୍ରସାଦ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here