ଜିଲ୍ଲାପାଳଙ୍କ ସ୍ବଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା

ପୁରୀ-ତା. ୦୮.୦୧.୨୦୨୦- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜାରି ସ୍ବଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଆବର୍ଜନା ସଂଗ୍ରହ, ଅଳିଆ ସଂଗ୍ରହ ସ୍ଥାନରୁ ପୃଥକୀକରଣ ଓ ସଫେଇ ଅଭିଯାନ ସଂପର୍କରେ ଅବଗତ ହୋଇଥିଲେ ।  ସ୍ବଚ୍ଛ ସବାରୀ ଦ୍ବାରା ସହରର ବିଭିନ୍ନ ଅଞ୍ଚଳରୁ ଆବର୍ଜନା ସଂଗ୍ରହ, ଗାଡି ଯିବାରେ ସମସ୍ୟା ଥିବା ଗଳିରୁ ଠେଲା ଗାଡି ମାଧ୍ୟମରେ ଅଳିଆ ସଂଗ୍ରହ ସଂପର୍କରେ ମଧ୍ୟ ଅବଗତ ହୋଇଥିଲେ ।  ଏଥିସହ ସ୍ବଚ୍ଛ ସାଥୀ, ସ୍ଥାନୀୟ ବସିନ୍ଦା ମାନଙ୍କ ସହ ସ୍ବଚ୍ଛତା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ସହ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଫିଡବ୍ୟାକ ଫାଉଣ୍ଡସେନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here