କେନ୍ଦ୍ରାପଡା ବିଜେପି ତରଫରୁ ସାଂଗଠନିକ ବୈଠକ ଅନୁଷ୍ଠିତ

ଆଜି କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଦ୍ୱୀପ ପ୍ରଜ୍ୱୋଳନ କରି ସାଂଗଠନିକ ଭାବେ କାର୍ଯ୍ୟର ଶୁଭ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ରାଜ୍ୟ ସାଧାରଣ ସଂପାଦକ ଗୋଲଖ ମହାପାତ୍ର ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ଜତିନ ମହାପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି ସାଂଗଠନିକ ବୈଠକରେ ଶ୍ରୀ ତୋମାର ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଦିନରେ ବୁଥ୍ ସ୍ତରରେ ସଂଗଠନ ଗୁଡିକୁ ମଜବୁତ କରିବା ପାଇଁ ଜୋନ ସ୍ତରର କର୍ମୀଙ୍କୁ ଗୁରୁତ୍ୱ ପୂର୍ଣ୍ଣ ମାନ୍ତବ୍ୟମାନ କରିଥିଲେ ।


କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here