ମର୍ଣ୍ଣିଂଓ୍ୱାକ୍ କରୁଥିବା ବେଳେ ଯୁବତୀଙ୍କ ଉପରେ ଚଢ଼ିଗଲା ଟ୍ରକ୍। ସମ୍ପୃକ୍ତ ଯୁବତୀଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ସ୍ଥାନୀୟ ବାରୁଆଁ ଗାଁର ବର୍ଷାରାଣୀ ଜେନା(୧୭)। ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳୁ ସାଙ୍ଗମାନଙ୍କ ସହ ବର୍ଷାରାଣୀ ମର୍ଣ୍ଣିଂଓ୍ୱାକ୍ କରୁଥିବା ବେଳେ ପଛ ପଟୁ ଏକ ଚିପସ୍ ବୋଝେଇ ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ। ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।