ବହୁଚର୍ଚିତ ମହଙ୍ଗା ଡବଲ ମର୍ଡର କେଶ ରେ ରାଜଗାଙ୍ଗପୁରରୁ ଜଣେ ଗିରଫ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ବସ ଷ୍ଟାଣ୍ଡରୁ ବହୁ ଚର୍ଚ୍ଚିତ ମହଙ୍ଗା ହତ୍ୟାକାଣ୍ଡ ଘଟଣାରେ ଉମେଶ ଖଟୁଆ ନାମକ ଜଣେ ବ୍ୟକ୍ତିକୁ କଟକ ପୋଲିଶର ଏକ ସ୍ୱତନ୍ତ୍ର ଟିମ ଗିରଫ କରିଥିଲେ । କଟକ ପୋଲିଶ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ରାଜଗାଙ୍ଗପୁର ବସ ଷ୍ଟାଣ୍ଡରୁ ଉମେଶ ଖଟୁଆକୁ ଗିରଫ କରିଥିଲେ।ଉମେଶ ଖଟୁଆ ବସ ଦ୍ଵାରା ରାଜଗାଙ୍ଗପୁରରୁ ଅନ୍ୟତ୍ର ଯାଗାକୁ ଯିବା ପାଇଁ ବସ ଷ୍ଟାଣ୍ଡକୁ ଆସିଥିବା ବେଳେ ତାକୁ ଗିରଫ କରାଯାଇଛି । ଉକ୍ତ କେସରେ ତାଙ୍କର ସମ୍ପୃକ୍ତି କଣ ରହିଛି ଏହି ବିଷୟରେ କଟକର ସ୍ୱତନ୍ତ୍ର ଦଳ ଯାଞ୍ଚ କରାଯିବା ପରେ ତାଙ୍କ ବିଷୟରେ କିଛି କହି ହେବ ବୋଲି ସ୍ଥାନୀୟ ପୋଲିଶ କହିଲେ। ଏହା ଏକ ଅତି ସମ୍ବେଦନଶୀଳ ମାମଲା ଥିବାରୁ ସ୍ଥାନୀୟ ପୋଲିଶ କିଛି କହିଲେ ନାହିଁ । ବହୁ ଚର୍ଚ୍ଚିତ କଟକ ସାଲେପୁରରେ ବିଜେପି ପ୍ରଭାରୀ ତଥା ମହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କ ନିର୍ମମ ହତ୍ୟା ଅଭିଯୋଗରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି।ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ନିଜ ଘରକୁ ଫେରୁଥିବା ବେଳେ ସଂଘବଧ ଭାବେ ତାଙ୍କର ନିର୍ମମ ହତ୍ୟା କରାଯାଇଥିଲା ।ଉକ୍ତ ମାମଲାରେ ଜଣେ ମନ୍ତ୍ରୀଙ୍କ ଭୂମିକା ଥିବାନେଇ ଭାଜପା ଦଳ ଆକ୍ଷେପ କରିଆସୁଛି ।ଉମେଶ ଖଟୁଆଙ୍କ ଗିରଫଦାରୀ ହେବା ପୁର୍ବରୁ ମହଙ୍ଗା ପୋଲିଶ ଅନ୍ୟ ଚାରିଜଣଙ୍କୁ ଗିରଫ କରି ମାମଲାର ଖୋଲତାଡ଼ କରୁଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here