ଆଜି ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଗାୟତ୍ରୀ ଶକ୍ତିପୀଠ, ରାଉରକେଲା ତରଫରୁ ନୂଆଗାଁ ବ୍ଲକ ସ୍ଥିତ ବାଗଡ଼େଗା ଗ୍ରାମରେ ନିଃସହାୟ ବୃଦ୍ଧ ବୃଦ୍ଧା ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟା ଯାଇଛି। ଏହି ଅବସରରେ ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ଶ୍ରୀ ନିତ୍ୟାନନ୍ଦ ଦାସ ଉପସ୍ଥିତ ଗ୍ରାମବାସୀଙ୍କୁ ସମ୍ବୋଧନ କରି, ଗାୟତ୍ରୀ ପରିବାର କିପରି ବିଭିନ୍ନ ପରିସ୍ଥିତିରେ ଲୋକଙ୍କ ସେବାରେ ବିଭିନ୍ନ ସାମାଜିକ କାର୍ଯ୍ୟ କରୁଛି ତାହା ଅବଗତ କରାଇଥିଲେ। ଗାୟତ୍ରୀ ପରିବାରର ଶ୍ରୀମତୀ ମମତା ରାଜଗଡ଼ିଆ, ଶ୍ରୀମତୀ ରିଚା ଅଗ୍ରୱାଲ, ଶ୍ରୀମତୀ ସନ୍ତୋଷ ସିକରିଆ, ଗ୍ରାମର ପ୍ରାୟ ୭୦ ଜଣଙ୍କୁ କମ୍ବଳ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରତାପ ସ୍ୱାଇଁ, ରାମମୋହନ ସାହୁ ଓ ଗାୟତ୍ରୀ ମିଡ଼ିଆର ପ୍ରମୁଖ ଶ୍ରୀ ବିଜୟ କୁମାର କର ସହଯୋଗ କରିଥିଲେ। ଗ୍ରାମର ଶ୍ରୀ ଯୁଗୁନୁ ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।
ବାଗଡେଗା ଗ୍ରାମର ଶ୍ରୀ ହେମ ନାରାୟଣ ସାହୁ, ଗାୟତ୍ରୀ ପରିବାର ର ସହଯୋଗ ପାଇଁ ଧନ୍ୟବାଦ ଦେବାସହ କରୋନା ମହାମାରୀ ପରେ ଗ୍ରାମରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଆୟୋଜନ କରିବାପାଇଁ ଅନୁରୋଧ କରିଥିଲେ। ଶେଷରେ ଗ୍ରାମର ଶ୍ରୀ ଅଜିତ ଓରାମ ସମସ୍ତ ଗ୍ରାମବାସୀ ଓ ଗାୟତ୍ରୀ ପରିବାରକୁ ଧନ୍ୟବାଦ ପ୍ରଦାନ କରିଥିଲେ।
ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।