ବହୁ ପ୍ରତିକ୍ଷିତ ଶଙ୍କରା କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ : ସୁନ୍ଦରଗଡ଼

ଶଙ୍କରା କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ପ୍ରଥମ ଶଙ୍କରା କ୍ରିକେଟ ଟୁର୍ଣାମେଣ୍ଟ ୦୬.୦୧.୨୦୨୧ ଠାରୁ ଆରମ୍ଭ ହୋଇଯ଼ାଇଛି | ଏହି କ୍ରିକେଟ ଟୁର୍ଣାମେଣ୍ଟ ୧୦.୦୧.୨୦୨୧ ପର୍ଯ଼୍ୟନ୍ତ ଚାଳିବ | ଏହି କ୍ରିକେଟ ଟୁର୍ଣାମେଣ୍ଟ ରେ ବିଭିନ୍ନ ସ୍ଥାନରୁ ମୋଟ୍ ୧୬ ଟି ଦଳ ଅଶଂ ଗ୍ରହଣ କରିଛନ୍ତି |
ଉଦଘାଟନି ଦିବସରେ ସମ୍ମାନନୀୟା ଅତୀଥି ସାଗରିକା ନାଥ, ସଦର ବିଧାୟିକା କୁସୁମ ଟେଟେ, ଏମ୍.ସି.ଏଲ୍ ଜି.ଏମ୍ ସଞ୍ଜୟ ଝା ଯୋଗଦେଇଥିଲେ | ଉକ୍ତ ଉତ୍ସବରେ ଶଙ୍କରାର ଅନେକ ମାନଗଣ୍ୟ ବ୍ୟକ୍ତି ସହ ସହର କ୍ରିକେଟ ପ୍ରେମି ଉପସ୍ଥିତ ଥିଲେ |
ମଞ୍ଚ ପରିଚାଳନା କରିଥିଲେ ସୁବାଷ ଚନ୍ଦ୍ର ମାଝୀ ପ୍ରଥମ ମ୍ୟାଚ ଏବି ସ୍କୁଏର୍ ସହିତ ସାଇନିଙ୍ଗ ଷ୍ଟାର ର ମ୍ୟାଚ୍ ରେ ସାଇନିଙ୍ଗ ଷ୍ଟାର ବିଜୟୀ ହୋଇଥିଲା | ଦ୍ବିତୀୟ ମ୍ୟାଚରେ ବାକତାଲୀ, ଝାରସୁଗୁଡା ସହିତ ମାରୁତି, ରାଉଲକେଲା ଦଳ ର ଖେଳ ହୋଇଥିଲା | ଏଥିରେ ମାରୁତି, ରାଉରକେଲା ଠାରୁ ବିଜୟୀ ହୋଇଥିଲା | ପରିଶେଷ ରେ ମାରୁତି,ରାଉରକେଲା ଦଳସହ ସାଇନିଂଷ୍ଟାର ମ୍ୟାଚ ହୋଇଥିଲା ଯେଉଁଥିରେ ସାଇନିଂଷ୍ଟାର ବିଜୟଲାଭ କରିଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here