ଅବୈଧ ପ୍ରେମରେ କଣ୍ଟା ହେବାରୁ ହଟେଇ ଦେଲେ : ବୌଦ୍ଧ

ଅନୈତିକ ସମ୍ପର୍କ ପାଇଁ ବଳି ପଡିଲା ଜୀବନ ।  ସମ୍ପର୍କରେ ବାଧା ଦେବାରୁ ବୌଦ୍ଧଗଡ଼ ଏନ୍‌ଏସିର ପୂର୍ବତନ କାଉନସିଲରଙ୍କ ସ୍ୱାମୀ ରାଜନପାଲିର ଅଗସ୍ତି ମହାକୁଡ଼ଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏନେଇ  ଏସ୍‌ପି ଭି. ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗାଁର ବେଲାରସେନ ମହାକୁଡ(୪୯) , ରାଜନପାଲିର ବନିତା ବିଶି(୩୫)  ସାନବାଗବର ଗାଁର ବିନୋଦ ବେହେରା (୨୫) । ଏସପିଙ୍କ କହିବାନୁସାରେ, ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାନବାଗବରର ବିନୋଦଙ୍କ ସହ ରାଜନପାଲି ବନିତାଙ୍କ ଦୀର୍ଘ ତିନି ବର୍ଷ ହେବ ସମ୍ପର୍କ ରହିଆସିଥିଲେ । ଫଳରେ ସେ ନିର୍ଭୟରେ ମହିଳାଙ୍କ ଘରକୁ ଯାଆସ କରୁଥିଲେ । ଏହାକୁ କିନ୍ତୁ ଅଗସ୍ତି ବିରୋଧ କରୁଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା । ଏପରିକି ବିନୋଦ ହତ୍ୟା ଧମକ ମଧ୍ୟ ଦେଇଥିଲା । ଅଗସ୍ତି ଗତ ଡିସେମ୍ବର ୩୦ ତାରିଖ ଅପରାହ୍ନରେ ଘରୁ ବାହାରି କଣ୍ଟୁଆଣି ଗାଁର ବେଲାରସେନଙ୍କ ସହିତ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ । ସେ ବିନୋଦ ସହିତ ସନ୍ଧ୍ୟାରେ ମିଶି ଦୀର୍ଘ ସମୟ ରହିଥିଲେ । ଏହି ସମୟରେ ବିନୋଦ ଅଗସ୍ତିକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ବିନୋଦ ମଦ ପିଇବା ପାଇଁ ଉକ୍ତ ମହିଳାଙ୍କୁ ୫୦୦ ଟଙ୍କା ମାଗିଥିବାବେଳେ ମହିଳା ଜଣକ ୩୦୦ ଟଙ୍କା ଦେଇଥିଲେ । ସେହି ଟଙ୍କାରେ ମଦ କିଣି ଜିଲ୍ଲା ଷ୍ଟାଡିୟମ ନିକଟରେ ଏକ ବିଲ ମଧ୍ୟରେ ଥିବା ବାଲିଗଦା ପାଖକୁ ଯାଇଥିଲେ । ସେଠାରେ ବସି ମଦର ଆସର ଜମିଥିଲା। ଏହି ସମୟରେ ଅଗସ୍ତି ସେଠାକୁ ନ ଯିବା ପାଇଁ ବିନୋଦକୁ କହିଥିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ବିନୋଦ ତଣ୍ଟି ଚିପି ମାରିବା ପରେ ବାଲି ଗଜଦାରେ ଅଗସ୍ତିକୁ ପୋତି ଚାଲିଆସିଥିଲେ । ପରେ ସେହି ମହିଳାଙ୍କ ସହ ମୋବାଇଲରେ କଥା ହୋଇଥିଲେ । କିନ୍ତୁ ଅଗସ୍ତି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଗତ ୧ ତାରିଖ ବୌଦ୍ଧ ଥାନାରେ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ । ୩ ତାରିଖରେ ବୌଦ୍ଧ ପୋଲିସ ଜିଲ୍ଲା ଷ୍ଟାଡିୟମ ନିକଟ ଏକ ବିଲରୁ ମୃତଦେହକୁ ଉଦ୍ଧାର କରି ଅଗସ୍ତିଙ୍କ ପରିବାର ଲୋକଙ୍କୁ ଖବର ସୂଚନା ଦେଇତିଲା । ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ । ପୋଲିସ ସେଠାରେ ପଡିଥିବା ମଦ ପାଉଚ୍‌କୁ ନେଇ ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣା ଉପରୁ ପରଦା ଉଠିଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here